Saturday, September 12, 2020

ରାମ ଜନ୍ମଭୂମୀ

   ଅଯୋଧ୍ୟା ନରେଶ ଦଶରଥ ସୁତ

          ପ୍ରଭୁ ରାମଚନ୍ଦ୍ର ନାମ

ପ୍ରଜା ବତ୍ସଳ ହେ କୌଶଲ୍ୟା ଗଳାର ମାଳ

        ମର୍ଯ୍ୟାଦା ପୁରୁଷୋତ୍ତମ।।

    ମିଥିଳା ପୁରରେ ଭାଙ୍ଗି ଶିଵଧନୁ

      ମାତା ସୀତାଙ୍କୁ ବିବାହ କରି

ଭ୍ରାତା ଲକ୍ଷ୍ମଣଙ୍କ ସାଥେ ବନବାସ ଗଲ

       ପିତୃ ସତ୍ୟକୁ ପାଳି।।

  ସତୀ ଅହଲ୍ୟା ପାଷାଣ ସେ ଥିଲା

         ଅଭିଶପ୍ତ ପାଇ କରି

 ତୁମ ପଦର ସ୍ପର୍ଶରେ ମୁକତି ଲଭିଲା

      ହେଲା ସେ ସୁନ୍ଦରୀ ନାରୀ।।

   ମାୟାଜାଲ ରଚି ଆସିଲା ରାବଣ

         ସନ୍ୟାସୀର ବେଶ ସାଜି

   ମାତା ସୀତାଙ୍କୁ ସେ କରିଲା ହରଣ

          ପୁଷ୍ପକ ବିମାନେ ଆଜି  ।।

    କିଷ୍କିନ୍ଦାର ରାଜା ସୁଗ୍ରୀବଙ୍କ ସାଥେ

            ବନ୍ଧୁତ୍ୱ ସ୍ଥାପନ କଲ

   ତାଙ୍କ ପରସରେ ବିର ହନୁମାନଙ୍କୁ

         ଲଂକାପୁର ପଠାଇଲ।।

    ଉଦ୍ଧାର କରିଲ ତୁମ ପ୍ରାଣ ପ୍ରିୟାଙ୍କୁ

          ଆହେ କୋଦଣ୍ଡ ଧାରୀ

    ରଘୁକୂଳ ନନ୍ଦନ ଆହେ ରଘୁନାଥ

           ଦୁଃଖକୁ ହର ସବୁରି।।

           ଜୟ ଶ୍ରୀ ରାମ🙏


         ✍️ବିରେନ୍ଦ୍ର କୁମାର ପାଣି
          ସ୍ଥାନ :: ଆଳି,କେନ୍ଦ୍ରାପଡା

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy