Wednesday, August 12, 2020

🌼ନନ୍ଦ. ଉତ୍ସବ🌼

 ନନ୍ଦ ଘରେ ସଖୀ ଦେଖଲୋ
         ଲାଗିଅଛି ଉତ୍ସବ
ଖୁସିର ଲହରୀ ଉଛୁଳେ
         ମୁଗ୍ଧ ସେ ଅନୁଭବ
କେତେକାଳେ ନନ୍ଦରାଜନ
       ଆଜ ହୋଇଲେ ପିତା
ବାତ୍ସଲ୍ୟମମତା ଘେନିଣ
      ପ୍ରୀତା ଯଶୋଦା ମାତା
ଅନୁପମ କାନ୍ତି ତନୟ
      ନୀଳନୀରଦ ମଣି
ଦର୍ଶନେ ହୃଦୟ ସଖୀ ଲୋ
     ଦେଖ ଦିଅଇ ହାଣି
ମନମୋହକ ସେ ମାଧବ
    ରଙ୍ଗାଧର କେଶବ
ଭକ୍ତମାନ ଲାଗି ମହୀରେ
    କେତେ ଲୀଳାରଚିବ
ଚନ୍ଦ୍ର ବଦନ ସେ କହ୍ନେଇ
   ରୂପେ ଶଶାଙ୍କ. ନିନ୍ଦେ
କୋଟିମୁନି ଋଷି କଳ୍ପ କଳ୍ପକୁ
    ଯାପଦପଙ୍କଜ ବନ୍ଦେ
ଗହଳ ଲାଗିଛିସଜନୀ
     ଦେଖନନ୍ଦ ଉଆସେ
ମୁକ୍ତ ହସ୍ତେଦାନ କରନ୍ତି
    ନନ୍ଦମନଉଲ୍ଲାସେ
ଭୋଜି ଭାତ ଖିରିପୁରୀ ରେ
    ଦେଖ ପ୍ରଜାଏ ତୋଷ
ଚନ୍ଦନ ଅଗୁରୁ ସୁଗନ୍ଧ
    ଚହଟେ ଚଉପାଶ
ଧନ୍ୟ ଧନ୍ୟ ନନ୍ଦ ରାଜନ
    ତୁମେହେ ଭାଗ୍ୟ ଶାଳୀ
ବାର୍ଦ୍ଦକ୍ୟ କାଳ ରେଲଭିଲ
      ପୁତ୍ର ଶ୍ରୀ ବନମାଳୀ
ବ୍ରହ୍ମା ଶଙ୍କର, ଦେବ,ଗନ୍ଧର୍ବ
     ପୟରେ ଯାବନ୍ଦନ୍ତି
    ଭାଗ୍ୟେ ନନ୍ଦ ପୁତ୍ର୍ ପ୍ରାପତି
         ଭକ୍ତେ ପଦ ବନ୍ଦନ୍ତି
ଲାଗିଛି ଗହଳ ଗୋପରେ
      ନୃତ୍ୟ ଉତ୍ସବ ଗୀତି
ସ୍ବର୍ଗ,ମର୍ତ୍ୟ ,ଦେବଲୋକ ଯେ
     ଆନନ୍ଦେ ଉଛୁଳନ୍ତି,,,,,।

ରଂଜିତା ପତି

ଜଗନ୍ନାଥ ପ୍ରସାଦ
ଗଂଜାମ

1 comment:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy