ମଧୁଛନ୍ଦା
ମଧୁଛନ୍ଦା ତୁମେ! ଏ ଉତ୍କଳ ଭୂମେ
ଅନୁପମା ଲୀଳାୟିତ
ପ୍ରତି ଛନ୍ଦେ ତୁମ ଭାଷାର ନିକବଣ
ହୋଇଥାଏ ନିନାଦିତ।
କୋଣୁ ଅନୁକୋଣୁ ପ୍ରତିଭା ସାଉଁଟି
ଲୋକ ଲୋଚନକୁ ଆଣି
ମଧୁଛନ୍ଦା ତୁମେ ସାହିତ୍ୟର ନାମେ
ଶୁଣାଉଛ ନିଜ ବାଣୀ।
ପରିବ୍ୟାପ୍ତ ନିଜ ଖ୍ୟାତନାମା ସଂସ୍ଥା
କଳେବର ଅଭିବୃଦ୍ଧି
କବିତା, ଗଳ୍ପ, ପ୍ରବନ୍ଧକୁ ନେଇ
ଦର୍ଶାଇଛ ନିଜ ସିଦ୍ଧି।
ଶୃଙ୍ଖଳିତ ସଭ୍ୟ ସଭ୍ୟା ସମ୍ମିଳିତ
ନୂତନ ଲେଖା ଗୃହୀତ
ଲେଖକ ପାଠକ ମଧ୍ୟେ ସମନ୍ବୟ
ହୋଇଅଛି ସଂସ୍ଥାପିତ।
ପ୍ରତିଭା ଚୟନେ ପ୍ରମାଣ ପତ୍ରର
ପ୍ରଦତ୍ତ ବିଶେଷ ଗୁଣେ
ମଧୁଛନ୍ଦା ତୁମେ ଲଭିଛ ସୁଖ୍ୟାତି
ଭାଷା ସାହିତ୍ୟ ଉଦ୍ୟାନେ।
ଲୀଳାୟିତ ଛନ୍ଦେ ଭାବନା ରାଜ୍ୟ ରେ
ଲବ୍ଧ ପ୍ରତିଷ୍ଠିତ ହୋଇ
ପ୍ରତିଟି ସୋପାନେ ହୁଅ ଅଗ୍ରଗାମୀ
ଅନ୍ତର କାମନା ଏହି।
ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମଧୁଛନ୍ଦା ତୁମେ! ଏ ଉତ୍କଳ ଭୂମେ
ଅନୁପମା ଲୀଳାୟିତ
ପ୍ରତି ଛନ୍ଦେ ତୁମ ଭାଷାର ନିକବଣ
ହୋଇଥାଏ ନିନାଦିତ।
କୋଣୁ ଅନୁକୋଣୁ ପ୍ରତିଭା ସାଉଁଟି
ଲୋକ ଲୋଚନକୁ ଆଣି
ମଧୁଛନ୍ଦା ତୁମେ ସାହିତ୍ୟର ନାମେ
ଶୁଣାଉଛ ନିଜ ବାଣୀ।
ପରିବ୍ୟାପ୍ତ ନିଜ ଖ୍ୟାତନାମା ସଂସ୍ଥା
କଳେବର ଅଭିବୃଦ୍ଧି
କବିତା, ଗଳ୍ପ, ପ୍ରବନ୍ଧକୁ ନେଇ
ଦର୍ଶାଇଛ ନିଜ ସିଦ୍ଧି।
ଶୃଙ୍ଖଳିତ ସଭ୍ୟ ସଭ୍ୟା ସମ୍ମିଳିତ
ନୂତନ ଲେଖା ଗୃହୀତ
ଲେଖକ ପାଠକ ମଧ୍ୟେ ସମନ୍ବୟ
ହୋଇଅଛି ସଂସ୍ଥାପିତ।
ପ୍ରତିଭା ଚୟନେ ପ୍ରମାଣ ପତ୍ରର
ପ୍ରଦତ୍ତ ବିଶେଷ ଗୁଣେ
ମଧୁଛନ୍ଦା ତୁମେ ଲଭିଛ ସୁଖ୍ୟାତି
ଭାଷା ସାହିତ୍ୟ ଉଦ୍ୟାନେ।
ଲୀଳାୟିତ ଛନ୍ଦେ ଭାବନା ରାଜ୍ୟ ରେ
ଲବ୍ଧ ପ୍ରତିଷ୍ଠିତ ହୋଇ
ପ୍ରତିଟି ସୋପାନେ ହୁଅ ଅଗ୍ରଗାମୀ
ଅନ୍ତର କାମନା ଏହି।
ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment