ନିତି ସପନେ ଦେଖୁଚି
ଅମାପ ସୁନାର ପାହାଡ
ନୀଳ ନଦୀ ର ତରଙ୍ଗେ
ଚୁନା ଏ ଚିହ୍ନା ଚିହ୍ନା ମାଛ
ଡେଇଁ ଡେଇଁ ଯାଏ ଉହାଡ଼ ରୁ ଉହାଡ଼
ଜହ୍ନ କୁ ଛୁଇଁଛି ଆଜି
ସାରା ଦିନ ସାରା ରାତି
ହଳଦୀ ବସନ୍ତ ଯେ ସାଜିଛି
ଗଣ୍ଠି ପକାଇ ପୁଟୁଳି ରେ ବାନ୍ଧି
ତଥାପି ନିଗିଡି ଯାଇଛି ରସ
ଭଲ ପାଇ ଆକାଶ ଭୁଲାଇ ଦେଇଛି
ସୁନା ର ପଞ୍ଜୁରୀ ରେ ବନ୍ଧା ହୋଇ |
ନିତି ସକାଳେ ସଂଜେ ଝୁରି ଝୁରି
ସବୁଜ ପତ୍ର ଝରିପଡ଼େ
ବର୍ଷା ର ବୁନ୍ଦା ବୁନ୍ଦା ଜଳ
ଯାଇଛି ବରଫ ହୋଇ
ସୁଖ ର ପାହାଡରେ ମୁଣ୍ଡ ଗେଞ୍ଜି
ମାଟି କୁଦା ହୋଇ ସାରିଛି
ସାତ ସାଗର ର ଦୁଃଖ
ଜାଲ ରେ ସେ ପଡିଯାଇଛି
କମଳେ ହସ ଟିକକ ଛାଡି
ଲବଣ ଜଳେ ଲୋତକ ଢାଳି
ଭିଜି ଛି ସାରା ଦେହ
ଖୋଜୁଛି ଅଣ୍ଡାଳି ଅଣ୍ଡାଳି |
ଆରତୀ କୁମାରୀ ବେହେରା
ଭଞ୍ଜନଗର, ଗଞ୍ଜାମ
ଅମାପ ସୁନାର ପାହାଡ
ନୀଳ ନଦୀ ର ତରଙ୍ଗେ
ଚୁନା ଏ ଚିହ୍ନା ଚିହ୍ନା ମାଛ
ଡେଇଁ ଡେଇଁ ଯାଏ ଉହାଡ଼ ରୁ ଉହାଡ଼
ଜହ୍ନ କୁ ଛୁଇଁଛି ଆଜି
ସାରା ଦିନ ସାରା ରାତି
ହଳଦୀ ବସନ୍ତ ଯେ ସାଜିଛି
ଗଣ୍ଠି ପକାଇ ପୁଟୁଳି ରେ ବାନ୍ଧି
ତଥାପି ନିଗିଡି ଯାଇଛି ରସ
ଭଲ ପାଇ ଆକାଶ ଭୁଲାଇ ଦେଇଛି
ସୁନା ର ପଞ୍ଜୁରୀ ରେ ବନ୍ଧା ହୋଇ |
ନିତି ସକାଳେ ସଂଜେ ଝୁରି ଝୁରି
ସବୁଜ ପତ୍ର ଝରିପଡ଼େ
ବର୍ଷା ର ବୁନ୍ଦା ବୁନ୍ଦା ଜଳ
ଯାଇଛି ବରଫ ହୋଇ
ସୁଖ ର ପାହାଡରେ ମୁଣ୍ଡ ଗେଞ୍ଜି
ମାଟି କୁଦା ହୋଇ ସାରିଛି
ସାତ ସାଗର ର ଦୁଃଖ
ଜାଲ ରେ ସେ ପଡିଯାଇଛି
କମଳେ ହସ ଟିକକ ଛାଡି
ଲବଣ ଜଳେ ଲୋତକ ଢାଳି
ଭିଜି ଛି ସାରା ଦେହ
ଖୋଜୁଛି ଅଣ୍ଡାଳି ଅଣ୍ଡାଳି |
ଆରତୀ କୁମାରୀ ବେହେରା
ଭଞ୍ଜନଗର, ଗଞ୍ଜାମ
No comments:
Post a Comment