ଅପୂର୍ବ ଏହାର କଳା ଓ ସଂସ୍କୃତି
ଚାରୁ କଳାବଳୀ ଇତିହାସେ ରାଜୁତି
ମାଙ୍କଡା ପଥର ଗାଏ ପୂର୍ବ ସ୍ମୃତି
ପୁରୀ ଜଗନ୍ନାଥ ଓ ଲୋକନାଥ ମନ୍ଦିର
କିଏ କାହୁଁ କମ୍ କହିବା ତ ଦୂର
ଗୁଣ୍ଡିଚା ମନ୍ଦିର କି ସୁନ୍ଦର ଆହା
ଵୁଲିଯାନ୍ତି ପରା ଆମ ଚଉଵାହା
ପଥରେ ପଥର ଯୋଡି ଆମ ଶିଳ୍ପୀ
ମନ୍ଦିର ଗାତ୍ରରେ ବୋଲିଛନ୍ତି ଗୀତି
ଖଣ୍ଡଗିରି ଗୁମ୍ଫା ଦେଖିଥିଵ ଯିଏ
ଭୁଲି ପାରିଛିକି, ମନ କଥା କୁହେ
ମନୁଷ୍ୟ,ଜନ୍ତୁଙ୍କ ଚିତ୍ରରେ ମଣ୍ଡିତ
ଉଦୟଗିରିର କୁମାରୀ ପର୍ଵତ
ରାଣୀଗୁମ୍ଫା ପୁଣି କେଡ଼େ ମନୋହର
ଓଡ଼ିଶା ଶିଳ୍ପୀ କି ହୋଇପାରେ ଦୂର
ମାହାରୀ ନୃତ୍ୟ ଖାଲି ଓଡିଶାରେ ନୁହେଁ
ଓଡ଼ିଶାରୁ ଯାଇ ଵିଦେଶେ ଵି କଥା କୁହେ
ଦେବଦାସୀ ନୃତ୍ୟ ଏହା ଥିଲା ଯେଣୁ
ମୁରଲୀଧରଙ୍କ ଵାଜୁଥିଲା ଵେଣୁ
ଗୋଟିପୁଅ ନୃତ୍ୟ ପୁଅମାନଙ୍କର
ଝିଅ ରୂପରେ ପୁଅ ନାଚି ଆଗଭର
ନର୍ତ୍ତକୀ ପ୍ରଥା ତ ରାଜ ଦରବାରେ
ଅର୍ଜୁନଙ୍କ ନୃତ୍ୟ ଶିକ୍ଷା କିଏ ଭୁଲିପାରେ
ଓଡ଼ିଶୀ ଓ ଚମ୍ପୂ ଆମର ପା' ଶୋଭା
ଶାସ୍ତ୍ରୀୟ ନୃତ୍ୟ ତ ବଢାଏ ତା ପ୍ରଭା
ଡାଲଖାଇ, ଘୋଡାନାଚ ଆଉରି କରମା
ମଙ୍ଗଳା ନାଚନ୍ତି ଵୈଶାଖେ ଉପମା
ତାରକସି କାମେ କଟକର ନାମ
କି ସୁନ୍ଦର ଆହା ନିଳଗିରି ଵାସନ
ପଥର ଖୋଦେଇ ଚିତ୍ରକଳା ପୁଣି
ପିପିଲି ଚାନ୍ଦୁଆ ପରା ଆମ ରାଣୀ
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର ।
No comments:
Post a Comment