Saturday, August 1, 2020

ସମର୍ପିତ ଜୀବନ

ସମର୍ପିତ ଜୀବନ


ମାନିନୀ ଗୋ କାହିଁ ଅଭିମାନ କର, କରକୁ ଦିଅ ଛିଞ୍ଚାଡ଼ି,
ମଉନେ ମଳିନ ଦିଶଇ ବଦନ,ହୃଦୟ ହୁଏ ରଗଡ଼ି I

ଚାନ୍ଦକୁ କି ଅବା ଉଆଁସ ରାତିଟା, ଆବୋରି ରଖିଛି ଆଜି,
ଗଭୀର ନିଦରେ ଆଘାତ କେ ଦେଲା, ସ୍ଵପ୍ନ ତୋର ଗଲା ଭାଜି I
କଳାମେଘି ବେଣୀ ସତେ କି ନାଗୁଣୀ ,ଗଜରା ପଡ଼ିଛି ଛିଡ଼ି,
ମାନିନୀ ଗୋ କାହିଁ ଅଭିମାନ କର, କରକୁ ଦିଅ ଛିଞ୍ଚାଡ଼ି I

ଆଗୋ ହୃଦ ରାଣୀ, ଶାଳକ ଭଗିନୀ, ରୋଷ ତେଜି ଅଳ୍ପ ହସ,
ଏ ପତି କିଙ୍କର ଧରୁଛି ଗୋ କର, କରନା ଆଉ ନିରାଶ I

ଗଗନେ ଗର୍ଜନ କଲାଣି ବାଦଲ, ଭୟେ ଲୁଚିଲେଣି ରବି,
ପ୍ରେମର ସଙ୍କଟ କରେ ଛଟପଟ, ତୋର କଥା ଭାବି ଭାବି, 
ରୂପ ତୋର ଦେଖି ଲାଗଇ ଛନକା, ହେବ କି ବରଷା ଝଡ଼ି ,
ମଉନେ ମଳିନ ଦିଶଇ ବଦନ,ହୃଦୟ ହୁଏ ରଗଡ଼ି I

ଦୋଷ କ୍ଷମାକର ଆଗୋ ଯୋଷା ବର, ଜୀବନ କଲି ଅର୍ପଣ,
କ୍ରୋଧରେ ତୁମର ଶୀତଳତା ଭର, ଶିଶିରେ ଦେଇ ଚରଣ Ii

ଶିଶିର କୁମାର ସ୍ଵାଇଁ
ଶିକ୍ଷକ, ଗାଙ୍ଗପୁର

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy