କେତେଦିନ
ନୀରିହ, ନିଷ୍କପଟ, ସରଳ
ହରିଣ ମଣିଷଟି
ବଞ୍ଚିଛି କେବଳ ରଫୁଖାତା ଜୀବନ
ନିଜେ ଶବ ହୋଇ
ମଶାଣି ଚଣ୍ଡୀର ଆଖ୍ୟା ନେଇ
ଶୋଷି ନେବାପରେ
ସାବତ ଭାଇର ନାମକୁ ଧାରଣ କରି
ସରଳ,ନିଃସ୍ୱାର୍ଥପର ଜୀବନେ
ଜଂଜାଳ, ଦୁଃଖ ତୈଳେ ଜଳେ
ମାଟିଦୀପ ସ୍ୱାର୍ଥପର ଅକ୍ଟୋପାଶକୁ
ଆଲୋକିତ କରି
ଯୋକ ପରି ରକ୍ତ ଶୋଷୁଥିବା
ସାହାଯ୍ୟ ନେବା ମଣିଷକୁ
ରଫୁଖାତା ଜୀବନରେ
ଅନ୍ୟଖାତାକୁ ପରିଷ୍କାର ରଖାଇ
ତିନି ଫଟା ଚାରି ଫାକ
ଜୀବନ ପୃଷ୍ଠାରୁ
ସୁଖ, ଶାନ୍ତିର ଧଳା କାଗଜରେ
ଅପବାଦ, ତିରଷ୍କାର,ସମସ୍ୟାର
କଳାଦାଗ ହୋଇ
ଫର୍ଦ୍ଦ ଫର୍ଦ୍ଦ ଚିରି ଫୋଫଡା ହେବାର
କଷ୍ଟ ଅନୁଭବି ଅନୁଭବ କରେ
ନୀରିହ ହରିଣ ମଣିଷ
ପୁଳାଏ ଖାଦ୍ୟ ଯୋଗାଡ ପାଇଁ
ସମସ୍ୟାର ଆକ୍ରୋସରେ
ପାଲଟେ ଜୀଅନ୍ତା ଶବ
ସ୍ୱାର୍ଥପର ମଣିଷ ନେଇଯାଏ
ଦୁର୍ବଳ ମୁହୂର୍ତ୍ତର ସୁଯୋଗ
ଶୁଖିଲା ପତ୍ର ପରି
ବଞ୍ଚିବା ନଈରେ ଭାସେ
ଭୈରବ ରୂପ ନେଲେ
ମାଟିର ମଣିଷ ମାଟିରେ ମିଶେ
ଚାଲିବା ପଥରେ ଠିଆ ହୁଏ
ଯନ୍ତ୍ରଣାର ଉତୂଙ୍ଗ ପର୍ବତ ମାଳା
ସରଳ ଜୀବନ ଉଚ୍ଚ ବିଚାର
ସ୍ୱାର୍ଥପର ଜନତାର ପାଦ ତଳେ
ତଥାପି ହରିଣ ବଞ୍ଚିଛି କାହିଁକି
ନୀରିହ ମଣିଷର ସରଳ ଚିନ୍ତା
ବିକି ଭାଙ୍ଗି ଖାଇବେ କେତେ ଦିନ
ନିଜ ଧର୍ମକୁ ନବଢାଇ
ଉଦାର ମାନବିକତା
ସ୍ୱାର୍ଥପର ହାଟରେ ପଡିବ କେତେଦିନ।।
ଡ.ଗୁରୁ ମୂର୍ତ୍ତି ନାୟକ (ଅଧ୍ୟାପକ)
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment