କୋରୋନାର କରୁଣ ଛାପ
କୋରୋନା ରୋଗୀର ପାଶ ନ ମାଡନ୍ତି
ଦୂରୁ ଦେଖୁଥାନ୍ତି ଆତ୍ମୀୟ ଜନ
" ଆପେ ବଞ୍ଚିଥିଲେ ବାପ ନା " କଥା
ମିଥ୍ୟା ନୁହେଁ ସତ୍ୟ ଓ ଚିରନ୍ତନ ।
କୋରୋନା ପୀଡିତ ଦେହ ପିଂଜରା ଛାଡି
ପ୍ରାଣ ପକ୍ଷୀ ଯେବେ ଉଡିଣ ଯାଏ
ମର ଶରୀରକୁ ଶ୍ମଶାନ ନେବାକୁ
ଚାରି କାନ୍ଧର ବି ଅଭାବ ହୁଏ ।
ଶବ ସଂସ୍କାରର ନିୟମ ନୀତି
ସବୁ କିଛି ଏଠି ଅଲୋଡା ହୁଏ
ଛଅ ଖଣ୍ଡ କାଠ ଯୋଗାଡ ହୁଏ ନି
ମାଟି ତଳେ ତାକୁ ଦଫନା ଯାଏ ।
ମାଲ ପିତା ଦଶା ଦ୍ବାଦଶ ଦିବସ
ସୁଦ୍ଧି କ୍ରିୟା ପାଇଁ ମନ ନ ଯାଏ
ବଞ୍ଚିଥିବା ଲୋକ ନିରୁପାୟ ଭାବେ
ଦୁଇ ହାତ ଟେକି ଲୁହ ଗଡାଏ ।
ଜନମ ହୋଇଲେ ମରଣ ଟି ଧୃବ
ଏକଥା ଅଜଣା ଅଛପା ନୁହେଁ
କୋରୋନା ଛାଡୁଛି ଯୋ କରୁଣ ଛାପ
ମନୁ ଲିଭିବନି ମରିବା ଯାଏ ।
••▪••▪••
ଡଃ•ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଦିଗପହଣ୍ଡି । ଗଞ୍ଜାମ୍ (ଓଡ଼ିଶା)
For all support related issues or to reach our team, Please check below details.
Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
କୋରୋନା ରୋଗୀର ପାଶ ନ ମାଡନ୍ତି
ଦୂରୁ ଦେଖୁଥାନ୍ତି ଆତ୍ମୀୟ ଜନ
" ଆପେ ବଞ୍ଚିଥିଲେ ବାପ ନା " କଥା
ମିଥ୍ୟା ନୁହେଁ ସତ୍ୟ ଓ ଚିରନ୍ତନ ।
କୋରୋନା ପୀଡିତ ଦେହ ପିଂଜରା ଛାଡି
ପ୍ରାଣ ପକ୍ଷୀ ଯେବେ ଉଡିଣ ଯାଏ
ମର ଶରୀରକୁ ଶ୍ମଶାନ ନେବାକୁ
ଚାରି କାନ୍ଧର ବି ଅଭାବ ହୁଏ ।
ଶବ ସଂସ୍କାରର ନିୟମ ନୀତି
ସବୁ କିଛି ଏଠି ଅଲୋଡା ହୁଏ
ଛଅ ଖଣ୍ଡ କାଠ ଯୋଗାଡ ହୁଏ ନି
ମାଟି ତଳେ ତାକୁ ଦଫନା ଯାଏ ।
ମାଲ ପିତା ଦଶା ଦ୍ବାଦଶ ଦିବସ
ସୁଦ୍ଧି କ୍ରିୟା ପାଇଁ ମନ ନ ଯାଏ
ବଞ୍ଚିଥିବା ଲୋକ ନିରୁପାୟ ଭାବେ
ଦୁଇ ହାତ ଟେକି ଲୁହ ଗଡାଏ ।
ଜନମ ହୋଇଲେ ମରଣ ଟି ଧୃବ
ଏକଥା ଅଜଣା ଅଛପା ନୁହେଁ
କୋରୋନା ଛାଡୁଛି ଯୋ କରୁଣ ଛାପ
ମନୁ ଲିଭିବନି ମରିବା ଯାଏ ।
••▪••▪••
ଡଃ•ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଦିଗପହଣ୍ଡି । ଗଞ୍ଜାମ୍ (ଓଡ଼ିଶା)
For all support related issues or to reach our team, Please check below details.
Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment