ପ୍ରସଙ୍ଗ - ଲକଡାଉନ ଓ ଜୀବନ
***********
କରୋନା ପ୍ରକୋପେ ବିଶ୍ଵ ଦରବାର
ବଦଳିଗଲାଣି ସ୍ଥିତି
ଜୀଇଁବାକୁ ଯେତେ ଜୀବିକା ଆଦରୁ
ଜୀବନ ଯାଉଛି ନିତି ।।୧।।
***********
ଖାଇବାକୁ ଆମେ, ନ ଖାଇଲେ ନାହିଁ
ବଞ୍ଚିବାକୁ ହେବ ଭାଇ
ଜୀବିକା ନ କଲେ ଜୀବନ ସଂଗ୍ରାମେ
ବଞ୍ଚିବା କି ଆମେ ଖାଇ ? ।।୨।।
**********
ବଞ୍ଚିବ ଜୀବନ ବଞ୍ଚିବ ଜୀବିକା
ଚଳିବା ସଯତ୍ନ ହୋଇ
ମୁହଁରେ କପଡ଼ା, ହାତରେ ଗ୍ଲୋବସ,
ହାତ ବାରମ୍ବାର ଧୋଇ ।।୩।।
**********
ଲକଡ଼ାଉନ ଖୋଲା ଜୀବିକା ବଞ୍ଚାଇ
ଜୀବନ ବଞ୍ଚିବା ପାଇଁ
ଦୂରତ୍ୱକୁ ମାନି ସଚେତନ ହେଲେ
ସଙ୍କଟେ ପଢିବା ନାହିଁ ।।୪।।
************
ଜୀବନ ,ଜୀବିକା ଗୋଟିଏ ମୁଦ୍ରାର
ଉଭୟ ଦୁଇଟି ପାର୍ଶ୍ଵ
ଏକକୁ ଛାଡ଼ିଲେ ଆରେକ ନ ବଞ୍ଚେ
ଛାଡ଼ିଲେ ହୋଇବା ନିସ୍ଵ ।।୫।
ଶ୍ରୀ ଡମ୍ବରୁଧର ବେହେରା
ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି
ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment