**ନୀଳାଚଳ ଧାମ**
ତୋ ନୀଳାଚଳ ଧାମେ
ଗାଇ ବି ମୁଁ ଗୀତଗୋବିନ୍ଦ
ତୋ ଚରଣ ତଳେ ନତମସ୍ତକ ମୁଁ
ତୋ ଅଭଡ଼ା ଖାଇ ପାଇବି ଆନନ୍ଦ।
ତୁଳସୀ ବାସର ପବିତ୍ର ମହକ
ମୋ ପ୍ରାଣ ବାୟୁ ଯେବେ ଥିବ
ତୋ ପାଦ ତଳେ ଯାଗା ଟିକେ ଦେବୁ
ସ୍ବାର୍ଗଦ୍ଵାର ବାଟ ନେଇ ଯିବ।
ଉଡୁଥିବ ନେତ ଗାଉଥିବ ଗୀତ
ଭକ୍ତ ବିମୁଖ ବିହୁଲେ
ଜଗନ୍ନାଥ କହି ପ୍ରାଣ ବାୟୁ ଯାଉଁ
ତୁମ ନୀଳାଚଳ ଗହଲେ।
ସରସ୍ବତୀ ସାଲିମା
ସମ୍ବଲପୁର
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment