ଭିଡରେ ହଜିଗଲି .....
********************
ଏଇତ ..ମନଲୋଭା ରୁପା ଦୋଳି
ଇସ ! ଆଖି ପାଉନାହିଁ ଏତେ ଉଚ୍ଚ କୁ
ରହନା ଟିକେ ମା' ମୁଁ
ଆଖିପୁରେଇ ଦେଖିଦିଏ ଟିକେ
ମା' ଏ ଗୁଡା କି ଖାଇବା ଜିନିଷ
ମୋତେ ଟିକେ ଖୁଆନ୍ତୁନି
ଭାରି ଭୋକ.......
ଥାଉ ମା' କିଛି ମାଗିବିନି ବୋଲି
ଶପଥ କରିଛି ପରା ..
ଖାଲି ବୁଲିବି ବୁଲିବି
ଆଇସକ୍ରିମ ! ଆଃ , ପାଟିରୁ ଲାଳ
ଗଡ଼ିଲାଣି ,ସେଇ ଚଣା ପୁଡ଼ିଆଟେ
ଧରି ତ ସେତେବେଳୁ ଖାଉଛି
ଦେ ନା ମା ' ...ଖାଲି ଗୋଟେ...
ଇସ ମୋ ମା' ସବୁଠୁ ଭଲ ମାଆ
ଏଇ ଗୋଲାପୀ ଆଇସକ୍ରିମ କେଡ଼େ
ସୁନ୍ଦର ଲାଗୁଚି ,ନେ ମା' ,ତୁ ଟିକେ
ଚୁଚୁମି ଦେ ..।
ଆଉ ଯାଇ ପାରିବିନି ମାଆ
ମୋ ଗୋଡ଼ ବିନ୍ଧିଲାଣି ମୁଁ ଯାଉଛି
ଟିକେ ବସିପଡିବି କୋଉଠି ...
କେତେ ଭିଡ଼ ହୋଇଗଲା ମ !
ମା' ! ମୋ ମାଆ ର ହାତ କୁଆଡେ ଗଲା
ମା' ! ମା' ! ତୁ କୋଉଠି ...
ଆ.. ତୋ ମା' ପାଖକୁ ନେଇଯିବି
ଗୁପଚୁପ ଵାଲା କହୁଥିଲା
ତା' ହାତ ଧରି ଆଉ ଦେଖାଇ ଦେଉଥିଲା
ଆକାଶ କୁ ଛୁଇଁବି ଛୁଇଁବି ହେଉଥିବା
ରଙ୍ଗୀନ ବେଳୁନ ଗୁଡାକୁ
ମା' କାଇଁ ...ପାଟି କରନା ସେଇ ଗଛ ମୂଳକୁ
ଯିବା ତତେ ବହୁତ ଜିନିଷ ଦେବି....
ମା' .. ମା ' ମୁଁ ହଜିଗଲି ଲୋ
ଏଇ ମେଳା ରେ ...ଏଇ ଭିଡ଼ ରାକ୍ଷସର
ଆଖିରେ .. ମା' ତୋ ହାତ କାଇଁ
ମୋତେ କିଛି ଦିଶୁନି
ମୁଁ ହଜିଗଲି ମା ଏଇ ଭୋକର ଭିଡରେ
ଭୋକିଲା ପେଟରେ .....।
ଶ୍ରୀମତୀ ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର -758083
ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
ଓରାଳି ,ହାଟଡିହୀ,କେନ୍ଦୁଝର -758083
ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment