ବସନ୍ତେ ବସୁଧା
ବସନ୍ତେ ବସୁଧା ବିବିଧ ବସନେ
ବିରାଜିବ ବାସ ମଳୟରେ ।
ବସୁଧା ସବୁଜ ସୁଷମା ସମ୍ଭାରେ
ବନ ପୁଲ ଫଳ ପଲ୍ଲବରେ ।।୧।।
ବିଚିତ୍ର ବର୍ଣ୍ଣାଳୀ ପ୍ରକୃତିକୁ ତୋଳି
ମହକାଇ ମଧୁର ବାସରେ ।
ବିଚାରେ ଭାବୁକ ବସି ଏକାନ୍ତରେ
ବିବଶ ନିସଙ୍ଗ ବିଜନରେ ।।
ଧର୍ମରକ୍ଷା କରି ପିକ ଶ୍ଵନ ଶୁଭେ
ଶ୍ଵାଗତ କରଇ ପଞ୍ଚମରେ ।
ବସନ୍ତେ ବସୁଧା ବିବିଧ ବସନେ
ବିରାଜିବ ବାସ ମଳୟରେ ।।୨।।
ସକଳେ ସୁବେଶ ଅପୂର୍ବ ଆବେଶ
ପୁଲ୍ଲକିତେ ତନ ମନ ଭରେ ।
ନେତ୍ର ତୃପ୍ତି ଦିଏ ତା ରୂପ ଦର୍ଶନେ
ଅପରୂପ ଶୋଭା ସମ୍ଭାରରେ ।।୩।।
ବିଷାଦିତ ମନ ହୁଅଇ ବିଷର୍ଣ୍ଣ
ବିଦୀର୍ଣ୍ଣ କରଇ ବିତୁଷ୍ଣାରେ ।
ରାଜୀବ ଲୋଚନା ରତି ସୁଖ ବିନା
ରଜନୀ ବିତାଏ ଅନିଦ୍ରାରେ ।।
ଜିଗୀଷା ତାହାର ଜାଗରେ କଟଇ
ଜନ୍ତ୍ରଣା ଜନିତ ଜୀବନରେ ।
ବସୁଧା ସବୁଜ ସୁଷମା ସମ୍ଭାରେ
ବନ ପୁଲ ଫଳ ପଲ୍ଲବରେ ।।୪।।
ବାସନା ବିହୀନ ବିଭାବେ ଜୀବନ
ବସନ୍ତ ବିରାଜେ ମର୍ତ୍ତ୍ୟରେ ।
ସବୁରି ପ୍ରାଣରେ ନବ ଉଦ୍ଦୀପନା
ଭରିଦିଏ ମଧୁ ମହକରେ ।।୫।।
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ- ୭୬୧୧୩୧
ଗ୍ରାମ/ ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ- ୭୬୧୧୩୧
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment