ରିସ୍କାବାଲା
ଜୀବନ କାଳରୁ ଗୋଟିଏ ନାମରେ
ରିସ୍କାବାଲା ମୁଁ ପରିଚୟ
ଫୁଟୁ ଫାଟ କଡେ ବସ ଷ୍ଟାଣ୍ଡ ରେ
ଚାଲେ ମୋର ଅଭିନୟ ।।
ଝାଟି ମାଟି ଘରେ ଚାଳ ଛପର ରେ
ଆଶରା ଟିକିଏ ମୋର
ମିଞ୍ଜି ମିଞ୍ଜି ଜଳେ ଡିବି ଆଲୁଅ ଟା
ତେଜିବାକୁ ନାହିଁ ବଳ ।।
ସୁରୁଜ ଉଇଁଲେ ରିସ୍କାକୁ ଧରି
ବାହାରି ଯାଏ ମୁଁ ଘରୁ
ଗୁଣ୍ଡେ ଖାଇ ଗୁଣ୍ଡେ ନେଇ ଥାଏ
ବାସି ପଖାଳ ହାଣ୍ଡିରୁ ।।
ଖରା ବରଷାରେ କଟୁଥାଏ ଦିନ
ଦେହକୁ କରି ପଥର
ଗମ୍ ଗମ୍ ଝାଳ ବୋହି ଯାଉଥାଏ
ଜାଣିପାରେ ନାହିଁ ମୋର ।।
ପେଟ ପାଇଁ ନାଟ ଚାଲିଛି ସଂସାରେ
ସାର୍ ବାବୁ ଆସ
କେହି ପାଉଣାରେ ଖୁସି ହୋଇ
ନିଏ ବଡ଼ ନିଶ୍ୱାଶ ।।
ଜୀବନ ଯମୁନା ଓଲଟା ସୋତରେ
ଦଦରା ନାବକୁ ଧରି
ବୁଡିଯିବା ବେଳେ ମଙ୍ଗଟିକୁ ଧରି
ଜୀବନକୁ କରେ ପାରି ।।
ଏକା ଚାଲିବାକୁ ହେବ ମୋତେ ଆଗକୁ
ସାଥିକୁ ମୋ ଧରି ସାଥେ
ବସିଲେ ଉଠିଲେ ହସ ଖୁସିରେ
ସୁଖ ଦୁଃଖ ତା'ସାଥେ ।।
ଜୀବନ ଆରମ୍ଭ ତା'ଠୁ ଶିଖିଛି
କରିନାହିଁ କେବେ ପର
ସାରା ଜୀବନକୁ ସାଥୀ ମୋ' ସାଜିଛି
ସିଏ ମୋ' ଆପଣର ।।
------୦------
ଅଭିମନ୍ୟୁ ପ୍ରଧାନ
ଶକୁନ୍ତଳାପୁର,ବଡ଼ଚଣା,ଯାଜପୁର
ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment