ଶବ୍ଦ ଶିଳ୍ପୀ ତୂଳୀ ଧାରେ
ତୁମେ ଅସାମାନ୍ୟା
ରୂପବତୀ
ଅଳସୀ ପ୍ରତିଚୀ ମୁକୁରେ
ତୁମେ ଅପରୂପ
ପ୍ରତିମୂର୍ତି
କଲ୍ଲୋଳିତ ତୁମେ
କାକଳୀର
କୂଜନେ
ଯାତନାର ଯବନିକା
ତୁମେ ଯାମିନୀ ର
ଆଗମନେ
ଚନ୍ଦ୍ରାନନୀ ଗୋ
ଚାରୁହାସିନୀ
ଚନ୍ଦ୍ରଲେଖା
ବିଭାବରୀଅନ୍ତେ
ମୃଦୁ ସମୀରଣ
ସ୍ନିଗ୍ଧ ରେଖା
ମଲ୍ଲିକା ପ୍ରାଣର
ତୁମେ ସୁରଭିତ
ମଧୁମାସ
ଉତ୍ପଳ ନୟନେ
ତୁମେ ପ୍ରଭାତ ର
ଅବକାଶ
ନିଶିଗନ୍ଧାର
ତୁମେପ୍ରଣୟ ର
ପ୍ରତୀକ୍ଷା
ନବବଧୂ ପରାଣେ ଗୋ
ଶୁଭ ସାହାନାଇ ର
ସମୀକ୍ଷା
ବାରୁଣୀ ର ବକ୍ଷେ
ତୁମେ ଆଗମନୀ
ସ୍ବାଗତ
ଅରୁଣିମା ତୁମେ
ସୁଗନ୍ଧ୍ଧିତ ଜୀବନ ର
ସଂଗୀତ
ରଂଜିତା ପତି
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
ଗଞ୍ଜାମ- ୭୬୧୧୩୧ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment