Saturday, August 1, 2020

ସଜଲ - ରାଇ ଦାମୋଦର

ସଜଲ - ରାଇ ଦାମୋଦର
×==×==×==×==×==×==×

କେବେ କୁଞ୍ଜ ବନେ,ଅବା ବୃନ୍ଦାବନେ,ବସି କଦମ୍ଵର ବୃକ୍ଷପରେ ।
ଶ୍ରୀକୃଷ୍ଣ ନାଗର,ବିଷାଦେ ଅନ୍ତର,ଆବେଗ ବ୍ୟଥିତ ବେଦନାରେ ।।୧।।
ଛାତି ଛନ ଛନ,ଚାତକ ଯେସନ,ଚିତ୍ତ ଚାହିଁ ଚାହିଁ ଚଞ୍ଚଳରେ ।
ଗୋପାଙ୍ଗନା ପାଇଁ,ପ୍ରତୀକ୍ଷାରେ ଥାଇ,ଦିନବିତିଯାଏ ଅଭିସାରେ ।।
କରିବେ ସିନାନ,ଯମୁନା ପୁଳିନ,ରଧା ରାଣୀ ଗୋପୀ ସଙ୍ଗତରେ ।
କେବେ କୁଞ୍ଜ ବନେ,ଅବା ବୃନ୍ଦାବନେ,ବସି କଦମ୍ଵର ବୃକ୍ଷପରେ ।। ୨।। 
ବଂଶୀ ବାରମ୍ଵାର,ବାଇ ଦାମୋଦର,ରାଇ ନାମ ଉଚ୍ଚାରଣ କରେ ।
ଯମୁନା ଜଳରେ,ଖେଳି ତରଙ୍ଗରେ,ପାଦ ଦ୍ଵୟ ଭରି ତାଭିତରେ ।।୩।।
ପତ୍ର ପତନରେ,ଚାହିଁ ଚକିତରେ,ଦୁଃଖରେ ଅନ୍ତର ଝୁରି ମରେ ।
ନିରେଖୀ ଚାହାଁନ୍ତି,ମନେ ଭରି ଭ୍ରାନ୍ତି,ଅଶାନ୍ତି ଆସ୍ରବ ଯନ୍ତ୍ରଣାରେ ।।
ଇତସ୍ଥତ ହୋଇ,ଅନାଇ ଅନାଇ,ଏକାନ୍ତରେ ବସି ଅବଶରେ ।
ଶ୍ରୀକୃଷ୍ଣ ନାଗର,ବିଷାଦ ଅନ୍ତର,ଆବେଗ ବ୍ୟଥିତ ବେଦନାରେ ।।୪।।
କାଖରେ କଳସୀ,ଘେନିଣ ରୂପସୀ,ଆସିଯାଏ ଯେବେ ସଭ୍ରମରେ ।
ରାଇ ଦାମୋଦର,ମିଳନ ମଧୁର,ବିରହେ ବସନ୍ତ ମଳୟରେ ।।୫।।

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ- ୭୬୧୧୩୧

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy