💧☁ଶ୍ରାବଣୀ☁💧
ଆସିଛି ଶ୍ରାବଣୀ
ଛନ୍ଦାୟିତ ପଦେ
ସାଥେ ନେଇ ମୁକ୍ତାବିନ୍ଦୁ
ଭିଜାଇବ ଅବା
ସସାଗରା ଧରା
ପୂର୍ଣ କରି ସାତସିନ୍ଧୁ
ସୁନୀଳ ଆକାଶ
. ବଉଦରେ ଭରା
ଦିଶେନା ତ ଚାନ୍ଦ ମୁଖ
ନୀରବତା ସାଜେ
ଶ୍ରାବଣୀ ର ଲୁହ
ଅବ୍ୟକ୍ତଅମାପ ଦୁଃଖ
ଅସରା ତାର
ଲୁହର ପସରା
. କେତେ ଯେ ଲେଖା କାହଣୀ ବିନ୍ଦୁ ବିନ୍ଦୁ ମୁକ୍ତା
. ଢାଳି ଧରାପରେ
. ମାନମୟୀ ମାନୀ ଶ୍ରାବଣୀ
ଶ୍ରାବଣୀ,,ଗୋ
ତୁମେ ଚପଳ ଛନ୍ଦା
. ଆନମନା ଏଇ ସଞ୍ଜ ରେ
କଦମ୍ବ ଡାଳ ରେ
ଶିହରଣ ଜାଗେ
ପୁଲକ ପ୍ରାଣ ରୋମାଞ୍ଚ ରେ
ଶିଖି ଟେକି ପୁଛ
. କରେ ପ୍ରୀତି-ନୃତ୍ୟ
. ନୀଳ ଜଳଦ ର ଦର୍ଶନେ
ଧରାପରେ ଏଇ
. ମହାର୍ଘ ବେଳାରେ
ପୂଣ୍ୟମୟୀତୁମ ଆଗମନେ
ଆସ ଗୋ ଶ୍ରାବଣୀ
ହେ ଚାରୁହାସିନୀ
ଜଳଦ ବର୍ଣା ଗୋ ଚାରୁହାସୀ
ତବ ପ୍ରୀତି-ଲଗ୍ନା
ହୋଇ ଏ ଧରଣୀ
କେଦାରେ କେଦାରେ ଉଠୁହସି
ରଂଜିତା ପତି
ଜଗନ୍ନାଥ ପ୍ରସାଦ, ଗଂଜାମ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment