Saturday, August 1, 2020

ସଜଲ୍

ସଜଲ୍ -"ପ୍ରେମର ପରିଭାଷା ବୋଧେ "


      ପ୍ରେମ କାହା ପାଇଁ ଫୁଲର ମହକ,ଆଣିଥାଏ 
ଖାଲି ବାସ୍ନା
କାହା ପାଇଁ ସାଜେ କଣ୍ଟକିତ ପଥ, ଅମବାସ୍ୟାର ଜୋତ୍ସନା ।।

 କା' ଭାଗ୍ୟରେ ସେ ଲାଞ୍ଛନା,ସାଧନା,କାହା ପାଇଁ 
ଖେଳନା,
କାହାରି ସେ ଆଖିର ଅଞ୍ଜନା,କାହାକୁ  ଦିଏ ସେ ଖାଲି ଯନ୍ତ୍ରଣା,
କାହା ପାଇଁ  ସେ ହୃଦୟ ବନ୍ଦନା,କାହାକୁ ଦିଏ ସେ ମନ୍ତ୍ରଣା,
ପ୍ରେମ କାହା ପାଇଁ ଫୁଲର ମହକ,ଆଣିଥାଏ 
ଖାଲି ବାସ୍ନା ।

 କା' ଲାଗି ସାଜେ ସେ ବେଦନା, ଭିନ୍ନ ସ୍ୱରେ ବାଜେ ତା' ମୂର୍ଚ୍ଛନା,
ପ୍ରେମର ପରିଭାଷା ଏ ବୋଧେ  କର କେବେ କେବେ ମନା,
ନ ହେଲେ କହିବା ଭାଗ୍ୟରେ ଲେଖାଥିଲା ବୋଲି
ବିଡମ୍ବନା
ବନ୍ଧୁ ହେ କର ସବୁବେଳେ ମନେ ମନେ ଖାଲି
 ପ୍ରାର୍ଥନା  
 ନ ହେବ କେବେ କା ' ଦେଇ ପ୍ରେମରେ
   ପ୍ରତାରଣା
କାହା ପାଇଁ ସାଜେ କଣ୍ଟକିତ ପଥ,ଅମାବାସ୍ୟାର ଯୋତ୍ସନା ।।
ପ୍ରେମ ରାଜ୍ୟେ ବୋଧେ ଲେଖା, ଖାଲି ଧୋକାବାଜ 
ନାରା
ଜୀବନଟା ବିତିଯାଏ ଦୁଃଖ,ଯନ୍ତ୍ରଣା,ବିରହରେ ଭରା 

ଶ୍ରୀ . ଡମ୍ବୁରୁ ଧର ବେହେରା (ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ 
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)

For all support related issues or to reach our team, Please check below details. 

Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy