Saturday, August 1, 2020

ଉତ୍କଳର କାନ୍ତ

🙏କାନ୍ତକବି ଲକ୍ଷ୍ମୀକାନ୍ତ🙏

 •••••••••••••••••••••••••••••••••••••••••••••••••••••

ଉତ୍କଳର କାନ୍ତ
 ହେ ମହାନ ସୂତ
  କରୁଛି ପାଦଧୗତ ।
ଲେଖନୀ ତୁମର 
 କରେ ହୃଦୟକୁ 
  କମ୍ପିତ,ପୁଲକିତ  ।
ପ୍ରାକ୍ - ସ୍ଵାଧୀନତା ଗୀତ 
 ଦେଶାତ୍ମୋଧକ ରଚିତ 
  "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ।
ତୁମ ଜ୍ୱାଲାମୟୀ 
 ଜାତୀୟତା ର ବୈପ୍ଳବିକ 
  ବହ୍ନି ପ୍ରଜ୍ବଳିତ ରଚିତ 
   ଲେଖନୀ ନିସୃତ 
    କେତେ ଯେ ଗଳ୍ପ ସଙ୍ଗୀତ ।
ଆଜି ଏ ଉତ୍କଳେ 
 ଘରେ ଘରେ ପରିଚିତ 
  ପ୍ରଳୟ ଦୁନ୍ଦୁଭି,
   ଉନ୍ମାଦ,ସମର ସଙ୍ଗୀତ,
    ଆର୍ଯ୍ୟ ବାହିନୀ,
     ବିଜୟ ବନ,
      ଜାତୀୟ ପତାକା,
       ଏ ଦେଶ ଗୀତ ।
କୋଟି ଓଡିଆଙ୍କ 
 ହୃଦୟେ ବିଦିତ 
  ହେ ଲକ୍ଷ୍ମୀକାନ୍ତ ।।
••••••••••••••••••••••

✍️ ଅମୂଲ୍ୟ କୁମାର ଦାଶ(ଶିକ୍ଷକ),
ଆସିକା,ଗଞ୍ଜାମ 

For all support related issues or to reach our team, Please check below details. 

Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy