****************
ଦେଖୁ ଦେଖୁ ଷାଠିଏ ଛୁଇଁଲା..
କାଲି ଭଳି ଲାଗୁଛି..
ଚାକିରୀ ଜୀବନ ଯୋଗ ହେଲା..
ଆଜି ଅବସର ମିଳିଛି !!
ପଞ୍ଚତ୍ରିଂଶ ବସନ୍ତ ବିତିଗଲା..
ଚାକିରୀ ଜୀବନରେ..
ବୋସ୍ ଙ୍କ ନାଲି ଆଖି ଦେଖିଲି.
ଚା'ପାର୍ଟି ସାଥି ସାଥିରେ !!
ଶୃଙ୍ଖଳିତ ଜୀବନ ଶୈଳୀ ଥିଲା..
ଦଶ, ଛ ର ବନ୍ଧା ଜୀବନ..
ସମୟ ଥିଲା ମାତ୍ର ଦପ୍ତରଵାଲା..
ଏବେ କେବଳ ଗୃହ ଜୀବନ !!
ଗୃହ ଜୀବନ ସମ୍ପୂର୍ଣ ପୁନଃରମ୍ଭ...
ପରିବାର ପାଇଁ ବେଳ..
ପିଲାମାନେ ଦୂରରେ ରହିଲେ..
ଦୂରଭାଷ ରେ ସମ୍ପର୍କ କାଳ !!
ସକାଳର ପଦଯାତ୍ରା ରୁ ଶୁଭ..
ଚା' ପିଆଲା ର ସମ୍ବାଦ..
ମଧ୍ୟାହ୍ନ ଭୋଜନରୁ ଆରାମ ଯାଏ..
ସନ୍ଧ୍ୟା ଆଳତୀ ଓ ପ୍ରସାଦ !!
ସମବୟସ ସାଥିଙ୍କ ସହ ପାର୍କ ରେ..
ହାସ୍ୟଉପଚାର ର ସୃଷ୍ଟି..
ସମୟ ଚାଲିଗଲା ପଇସା ପଛରେ..
ଅଭାବ ପରିବାର ର ଦୃଷ୍ଟି !!
ଏବେ ସମୟ ହିଁ ସମୟ ପାଖରେ..
ଆଉ ପିଲାମାନେ ନାହାନ୍ତି..
ଭାବୁଛି ସ୍ବପ୍ନପୂର୍ତ୍ତି ସାକାର କରିବାରେ..
ସମୟ ସହ କଥା ହୁଅନ୍ତି !!
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର 440014
For all support related issues or to reach our team, Please check below details. Spread Happiness Foundation, Pune Maharashtra, PH. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment