
ଜୀବନ ଟା ଲୁଚିଯାଏ ଆଜି
ମରୁବାଲି ର ଅନ୍ତ ହୀନ ଇଲାକା ର ତଳେ
ଫୁଟୁଥାଏ ଫୁଲ ଯେତେ ସୁଗନ୍ଧ ବିହୀନ
କା ଗଭାର ତଳେ
ପାଖରେ ତ ସାଗର
ଅନ୍ତହୀନ ଜଳ ର ସମ୍ଭାର
ସେ ସମ୍ଭାର ମୂଲ୍ୟହୀନ
ଖାଲି ହାହାକାର
ଖାଲି ହାହାକାର |
ଏ କେମିତି ଜୀବନ ଯେ
ବିତିଯାଏ କ୍ଷଣ ପ୍ରତି କ୍ଷଣ
ଅନ୍ତହୀନ ପ୍ରତୀକ୍ଷା ଅନାଗତ ଅତିଥି ଟି ପାଇଁ
ଚାଲିଛି ତ ଚାଲିଛି ସେ
ନ ଚାଲିଲେ କଣ ହୁଅନ୍ତା
ଅସରନ୍ତି ଏ ପଥ ପାଇଁ କି ଲାଭ ହୁଅନ୍ତା?
ନୀଳ କଇଁ ବି ତ ଭିଜୁଥାଏ ସାରା ରାତି
ପୌଷ ର କୁହୁଡି ରେ ବି
ତା ଦେହ ରୁ ଉଠୁଥାଏ ଧୂଆଁ
ଜଳୁଥାଏ ସରୁ ସରୁ ପାଖୁଡା ତାର
ଚିକମିକ ବିରହ ର ନିଆଁ
ପିଉଥାଏ ଲୁହ ସବୁ ଚାପିଦେଇ କୋହ
ଫିକଫିକ ହସୁଥାଏ
ମନେ ଖୋଜୁଥାଏ ନିରୋଳା ସଞ୍ଜ କୁ
ଅସିଣ ର ମୁହଁ ଅନ୍ଧାର ରେ ନିର୍ମଳ ଜହ୍ନକୁ
ଜିଇଁ ବାର ଅଦମ୍ୟ ଇଛା କୁ
କେମିତି ସେ ଛାଡି ଦେଇ ଯିବ
ହେଉ ପଛେ ଶୂନ୍ୟ ଏ ଜୀବନ
ବଞ୍ଚିବ ସେ ତଥାପି ବଞ୍ଚିବ
ଜଳି ଜଳି ତଥାପି ବଞ୍ଚିବ |
ଆରତୀ କୁମାରୀ ବେହେରା
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା
ଗଞ୍ଜାମ- ୭୬୧୧୩୧ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment