ଆସିଛି ଭୋଦୁଅ ମାସ
ଗଣେଶ ପୂଜାଟା ଆସିଛି ତଥାପି
କୁନା ମୁଖେ ନାହିଁ ହସ।
କରୋନାଟି ଏବେ କରି କଟକଣା
ଛଡେଇଛି ପୂଜା ମଜା
ପୂର୍ବ ବର୍ଷ ଭଳି ନାହିଁ ସେ ଉତ୍ସବ
ପୂଜାର ସେ ସାଜସଜ୍ଜା।
ଘରେ ରହି କୁନା କରୁଅଛି ପୂଜା
ଜେଜେଙ୍କ ପାଖରେ ବସି
ଗଣେଶ ଜନ୍ମ କଥାକୁ ଶୁଣିଵ
ମନଟି କରିବ ଖୁସି।
କିଛି ଦିନ ଆଗରୁ ତା ହାତ ତିଆରି
ଗଣେଶଙ୍କ ଙ୍କୁ ଆବାହନେ
ପିଢାରେ ବସାଇ କରୁଅଛି ପୂଜା
ନିରାଡ଼ମ୍ବର ବିଧାନେ।
ପୂଜକ ତା ଜେଜେ ପଢୁଛନ୍ତି ବସି
ଗଣେଶ ଜନ୍ମ ବୃତ୍ତାନ୍ତ
କୁନା ଣୁଣୁଅଛି ମନଯୋଗ ଦେଇ
ଯାହାଙ୍କ ମହିମା ଅନନ୍ତ।
ଗଣେଶଙ୍କ ପିତା ଦେବ ତ୍ରିଲୋଚନ
ମାତା ତାଙ୍କ ମାହେଶ୍ୱରୀ
କିନ୍ତୁ ଗଣେଶଙ୍କ ମାତା ହୋଇଛନ୍ତି
। ଗର୍ଭରେ ତାଙ୍କୁ ନଧରି।
ଭାବିଲେ ପାର୍ବତୀ ତପସ୍ୟା ର ବଳେ
ଲଭିଲେ ପୁତ୍ର ସନ୍ତାନ
ଜଗତ ମଧ୍ୟରେ ଅଗ୍ରପୂଜ୍ୟ ଭାବେ
ହୋଇବ ସେହୁ ଗଣନ।
କିଷ୍କିନ୍ଧ୍ୟା କାନନ ମଧ୍ୟରେ ଥିବା ଟି
ଗିରିଗୁହାର ଭିତରେ
କରିଲେ ତପସ୍ୟା ମନୋଯୋଗ ଦେଇ
ପୁତ୍ର ପ୍ରାପ୍ତି ର ଆଶାରେ।
ଗଲା କିଛି ଦିନ ପାର୍ବତୀ ଦେଖିଲେ
ତାଙ୍କ ତପସ୍ୟା ମଳିନ
ଗୂହାରୁ ସେ ଉଠି ସ୍ନାନ ଦ୍ରବ୍ଯ ଧରି
ନଦୀକୁ କଲେ ଗମନ।
ନିଜ ଅଙ୍ଗ ଲଗା ବର୍ଜିତ ହଳଦୀ
ବିଚାରି ନିଜ ମନରେ
ସେହି ହଳଦୀରେ ଗଢିଲେ ସୁନ୍ଦର
ଶିଶୁଟିଏ ଯତ୍ନରେ।
ଶ୍ରୀହରିଙ୍କୁ ସୁମରଣା ସେ କରନ୍ତେ
ଦେଲେ ତାଙ୍କୁ ଜୀବଦାନ
ତତ୍ କ୍ଷଣାତ ସେହି ମାନସ ପୁତ୍ର ଟି
ପାଇଗଲା ଦିବ୍ୟ ଜ୍ଞାନ।
ହରି ଙ୍କ ଇଛା ରେ ପ୍ରାଣ ଲାଭ କରି
ହେଲେ ସେ ଗଣନାୟକ
ଅଗ୍ରପୂଜ୍ୟ ସେହି ଭାବେ ଜଗତ
ମଧ୍ୟରେ ହୋଇଛନ୍ତି ମରଣେ ଖ୍ୟାତ।
ମାତୃ ଭକ୍ତ ଭାବେ ପିତା ସହ ଲଢ଼ି
ହରାଇ ମୁଣ୍ଡ ଆନନ
ଗଜ ମୁଣ୍ଡଟିକୁ କରିଣ ଧାରଣ
ହୋଇଛନ୍ତି ଗଜାନନ।
କୁନା ଭାରି ଖୁସି ଶୁଣି ଏ ବୃତ୍ତାନ୍ତ
ପୂଜା ପରେ ଖୁସି ଭରେ
ଦେଇ ପୁଷ୍ପାଞ୍ଜଳୀ ପ୍ରଭୁ ଗଣେଶଙ୍କୁ
ବିଦ୍ୟା ମାଗିଲା ଅନ୍ତ ରେ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment