Wednesday, August 12, 2020

ଅନୂଢା ରାଧିକା..

ତୁମେ ସେ ଦିନ କ'ଣ ମିଛ କହିଥିଲ
ଲାଜ ସରମକୁ ଭୁଲି ମୁଁ ଓହ୍ଲାଇ ଥିଲି
ତୁମ ଅଗଣାରେ ମତେ ଭଣ୍ଡେଇଦେଲ
ଚାରି ଦିନ କଣ୍ଟ କଥା ପାସୋରିଦେଲ
ଅକୁହା ବେଦନା ସବୁ ମୋ ମଧ୍ୟେ
ଆଜି ବି ସେମିତି ତାଜା ହୋଇଛନ୍ତି
ତୁମେ ଯାହା ମତେ ପର କରିଦେଲ
ଘୁଙ୍ଗୁର ପିନ୍ଧିନଥିଲି ବୋଲି .......
ଅଭିମାନ କଲ ନା ରାଗରେ ରହିଲ
ତୁମେ ସିନା ଚାଲିଗଲ ସାଥେ ମୋର
ପ୍ରାଣ ନେଲ ,ସେଥିପାଇଁ ଆଜି ବି ମୁଁ
ସେମିତି ଅନୂଢା ରାଧିକା ..ତୁମେ ମୋ
ସ୍ମୃତିର ବଂଶୀ ସ୍ବନ ହେ କୃଷ୍ଣ !......... 
ଆଜି ବି ମୁଁ ତୁମ ଅଭିସାରିକା ାା
ତୁମ ଡାକରାରେ ସେ ଦିନେ 
ଅବିଳମ୍ବେ ପହଞ୍ଚୁଥିଲି କଦମ୍ବ ମୂଳେ
କୁଞ୍ଜ ବନେ ତ କେବେ ଯମୁନା କୂଳେ
ମୋର ବା ଦୋଷ କଣ ଥିଲା
ଏମିତି ଯୌବନ କୁ ଉପଭୋଗ କରିବା
ନିଶାରେ ମୁଁ ଥିଲି ମତୁଆଲା
ତୁମେ ତ ନିଶାଖୋର ସଜାଇ
ଟାଣି ନେଇଥିଲ ମୋର ମନ
ଏବେ ତୁମ ବିନା ମୁଁ ଅସଂପୂର୍ଣ୍ଣା
ଦିନ ବିତେନା କି ରାତି ପାହେନା
ତୁମେ ଦେଇଥିବା ପ୍ରତିଟି ଭେଟି
ଏବେ ମୋ ସମୟ ବିତିବା ଠିକଣା
ମୁଁ ତୁମ ବିନା ଆନମନା ହେ ବଂଶୀଧର
ମୋ ସହ ଛଳନା କରନା
ଅସହ୍ୟ ତୁମ ବିଛେଦର ଯାତନା
ଅନୂଢା ରାଧିକା କେତେ କଷଣର
ହେବ ନିଜେ ମୁଖ୍ୟ ଉପାଦାନା ାା

ତ୍ରିନାଥ ବେହେରା 
ବଡକୋଦଣ୍ଡା, ଭଞ୍ଜନଗର,ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy