ସ୍ୱାଧୀନତା ଆଜି ମୋ ଦେଶ ମାତାର
କୋଟି ଜନତାଙ୍କ ପାଇଁ
ମୋ ଜାତି ପତାକା ଉଡେ ଫର ଫର
ମୁକ୍ତିର ଗୀତିକା ଗାଇ l୧l
ସୁଜଳା ସୁଫଳା ମୋ ଦେଶ ଜନନୀ
ସୁନାର ଭାରତ ଏହି
ତାହାର ଗୌରବ ଅକ୍ଷୁର୍ଣ୍ଣ ରଖିବା
ପ୍ରାଣ ବିସର୍ଜନ ଦେଇ l୨l
ତ୍ରିରଙ୍ଗା ପତାକା ତିନି ଗୋଟି ରଙ୍ଗ
କେଶରୀ ଧଳା ସବୁଜ
ଅଶୋକ ଚକ୍ରଟି ଘୋରି ଘୋରି କହେ
ପ୍ରତି କ୍ଷଣେ ହୁଅ ସଜ l୩l
କେଶରୀ ରଙ୍ଗଟି ବୀରତ୍ୱ ତ୍ୟାଗ ଯେ
ଧଳା ଅଟେ ସତ୍ୟ ଶାନ୍ତି
ସବୁଜ ରଙ୍ଗଟି ସମୃଦ୍ଧି ବିଶ୍ୱାସ
ନୀଳ ନ୍ୟାୟ ଧର୍ମ ନୀତି l୪l
ଗଉରବ ଗାଥା ଗାଏ ମୋ ପତାକା
ସମୀର ସାଥିରେ ମିଶି
ସ୍ନେହ ପ୍ରେମ ଆଉ ବିଶ୍ୱାସ ରଖିବା
ସ୍ୱାଧୀନ ଭାରତ ବାସୀ l୫l
ଜାତି ଧର୍ମ ଭେଦ ଆମ ଠାରେ ନାହିଁ
ଏକ ମା'ସନ୍ତାନ ଆମେ
ହିନ୍ଦୁ ଖ୍ରୀଷ୍ଟିୟାନ ମୁସଲିମ ଜୈନ
ସ୍ୱଚ୍ଛତା ଆମରି କାମେ l୬l
ଆମେରେ ଯବାନ ବୀର ସଇନିକ
ଦେଶ ମା'ର ରକ୍ଷା ପାଇଁ
ଶତ୍ରୁ ସଙ୍ଗେ ଲଢ଼ି ପ୍ରାଣ ବଳି ଦେବୁ
ମାଆର ସମ୍ମାନ ପାଇଁ l୭l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
No comments:
Post a Comment