ଦେଶ ସେବା ତୁମ ଜୀବନର ବ୍ରତ
ମାଆର ସୁରକ୍ଷା ପାଇଁ
ବୀର ଦର୍ପେ ତୁମେ ଘରୁ ଯାଇଥିଲ
ଅଟଳ ବିଶ୍ୱାସ ନେଇ l୧l
ଦେଶର ସୀମନ୍ତ ଜଗି ରହି ଥିଲ
ଶୀତ କାକରକୁ ନେଇ
ଶତ୍ରୁର ରକତେ ଖେଳିଲ ହୋଲି
ବାଧା ବିଘ୍ନ ସବୁ ସହି l୨l
ଦେଶ ଜନନୀର ସୁଯୋଗ୍ୟ ସନ୍ତାନ
ନ ଚାହିଁଲ ପଛେ ଫେରି
ଶେଷ ରକ୍ତ ବିନ୍ଦୁ ଢାଳି ଦେଲ ତୁମେ
ଶତ୍ରୁକୁ ପରାସ୍ତ କରି l୩l
ଶେଷରେ ପରାଣ ଶତ୍ରୁ ହାତେ ଦେଲ
ବନ୍ଦେ ମାତରମ ସ୍ୱର
ମାଟିର ତିଳକ ମସ୍ତକେ ଲାଗଇ
ସହୀଦ ହୋଇଲ ବୀର l୪l
କାନ୍ଦୁଛି ଏ ଦେଶ କାନ୍ଦୁଛି ଜନନୀ
ବୀର ପୁତ୍ରଙ୍କୁ ହରାଇ
ବୀର ସହୀଦଙ୍କୁ କୋଟିଏ ସଲାମ
ଶ୍ରଦ୍ଧାଞ୍ଜଳି ଅଛୁ ଦେଇ l୫l
ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment