ରାଜେଶ ଓ ନନ୍ଦିନୀ ଚାରିବର୍ଷ ହେଲାଣି ସହପାଠି ହେଇ
ବାଣୀବିହାରରେ ପଢି ଆସୁଛନ୍ତି।ଗୋଟିଏ ଶ୍ରେଣୀରେ ଗୋଟିଏ ବିଷୟ ଏକା ସାଂଗେ ପଢୁପଢୁ କେତେବେଳେ ଯେ ସଂପର୍କର ବୀଜଟେ ପୋତିହୋଇ ଏକ ପ୍ରେମର ଚାରାଟେ ଜନ୍ମି ଶାଖାପ୍ରଶାଖା ମେଲିଦେଲା ଜଣାପଡିଲାନି ତାଙ୍କୁ।ନିଜ ଅଜାଣତରେ ପ୍ରେମର ସିଡି ଚଢି ଚଢି ଅନେଅ ଉପରକୁ ଉଠିବାପରେ ଯେତେବେଳେ ପ୍ରେମର ଫୁଲର ବାସ୍ନାଚହଟି ନିଜ ନାଶାରେ ବାଜି ମନରେ ଉନ୍ମାଦନା ସୃଷ୍ଟିକଲା ସେତେବେଳେ ହୋସ୍ ଆସିଲା ଉଭୟଙ୍କର।ଏଭିତରେ ଅଜାଣତରେ ଅନେକ ବାଟ ଆଗେଇ ସାରିଛନ୍ତି ସେମାନେ।ଅଭ୍ୟାସରେ ପଡିଗଲାଣି ଦୁଇଜଣକର ଏକତ୍ର ରହଣୀ।ଭଲ ଲାଗୁଛି ସାନିଧ୍ୟର ସୁଖ।ଜଣକ ବିନା ଜଣେ ରହିବା ଅସମ୍ଭବ ଲାଗୁଛି ଏବେ।ନନ୍ଦିନୀର ବାପା ପଠାଇଛନ୍ତି ଏକ ଆଇଏ ଏସ ଯୁବକର ପ୍ରସ୍ତାବ।ଉଚ୍ଚ କୁଳ ଗୋତ୍ର ବ୍ରାହ୍ମଣ ପରିବାରର ଗୁଣବାନ ସନ୍ତାନ।ଏବେ ମନେ ପଡିଲା ସେମାନେ ଦୁଇଟି ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରନ୍ତି।ସେମାନଙ୍କର ମିଳନ ସମ୍ଭବ ନୁହଁ। ତା ବାପା ଜଣେ ନୈଷ୍ଟିକ ବ୍ରହ୍ମଣ ବେଳେ ରାଜେଶ ଜଣେ ଖ୍ରୀଷ୍ଟିଆନ ଯୁବକ।ଏବେବି ସେ ବେକାର ପଢାସରିନି ତାର।ଘରବି ତାଙ୍କର ଏତେ ଧନୀ ନୁହଁନ୍ତି।ନନ୍ଦିନୀର ବାପା କେବେବି ଏ ପ୍ରସ୍ତାବରେ ରାଜି ହେବେନି।ଏବେ କଣ କରିବେ ସେମାନେ?ରାଜେଶ ଜାଣିଛି ସେ ନନ୍ଦିନୀକୁ ସେତିକି ସୁଖ ଦେଇପାରିବନି କେବେହେଲେ।ତାକୁ ଆହୁରି ସଂଘର୍ଷର ଜୀବନଲଢିବାକୁ ପଡିବ।ଏବେବି ଦୁଇଜଣକ ସହ ଶାରୀରିକ ସମନ୍ଧ ନାହିଁ ଯାହାଅଛି ମାନସିକ ସ୍ତରରେ।ସେ ଏ ରାସ୍ତାରୁ ହଟିଯିବାକୁ ସଂକଳ୍ପ ନେଲା।ଅବଶ୍ୟ ଦୁଇଜଣକ ଜୀବନରେ ଶୂନ୍ୟସ୍ଥାନଟେ ରହିଯିବ?ହେଲେ ସେ ନନ୍ଦିନୀର ସୁଖର ଜୀବନକୁ ବର୍ବାଦ କରିବାକୁ ବି ଚାହୁଁନଥିଲା।ସେ ତାକୁ ପ୍ରକୃତ ଭଲ ପାଉଥିଲା।ପ୍ରକୃତ ଭଲପାଇବା କେବଳ ଅନ୍ୟର ଖୁସିହିଁ ଚାହେଁ।ତା ପାଖରେ ଏକ ସୁନ୍ଦର ହୃଷ୍ଟପୃଷ୍ଟ ଶରୀର ଛଡା କଣ ଅଛିଯେ? ନନ୍ଦିନୀ ତାଙ୍କ ଝାଟିମାଟି ଘରେ ଆଠଦିନ ରହିଲେ ପ୍ରେମର ଭୂତ ଉତୁରିଯିବ।ତାପରେ ଆରମ୍ଭ ହେଇଯିବ ଉଭୟଙ୍କ ଭିତରେ ମନୋମାଲିନ୍ୟ ।ତେଣୁ ସେ ତାଠୁ ଦୂରେଇ ଯିବାରେ ହିଁ ଦୁଇଜଣକ ମଙ୍ଗଳ।ସେ ଏବେ ନନ୍ଦିନୀକୁ ଦେଖିଲେ ଦୂରତ୍ବ ବଢାଇ ଦେଉଛି।
ଏବେ ପରୀକ୍ଷା ସରି ଯାଇଛି।ଘରକୁ ଫେରୁଛନ୍ତି ଦୁଇଜଣ ।ବସ୍ଷ୍ଟାଣ୍ଡରେ ଦେଖା ହେଇଛି ଦୁଇଜଣଙ୍କର।ବସ୍ କୁ ଅପେକ୍ଷା କରିଛନ୍ତି ସେମାନେ।ସମୟ ଏଗାରଟା।ପ୍ରଚଣ୍ଡ ଖରା ହେଉଛି।ନନ୍ଦିନୀ ମୁହଁ ଫୁଲେଇଛି ଗର୍ଭିଣୀ ମେଘପରି ଥମ୍ଥମ୍ ଭାବ କେତେବେଳେ ବି ବର୍ଷି ଯାଇପାରେ ଆଖିରୁ ଅସରାଏ ଲୁହ।ରାଜେଶ କହିଲା" ଲାଗୁଛି ଏବର୍ଷ ବେଶୀ ଖରା ହେବ।"
"ନନ୍ଦିନୀ ଅନ୍ୟମନସ୍କ ଭାବେ ଉତ୍ତର ଦେଲା।ଜଳିପୋଡି ପାଉଁଶ ହେଇଥିବା ମଣିଷପାଇଁ ବେଶି ବା କମ୍ ଖରାର ଅର୍ଥ ଆଉ କଣ?"
ରାଜେଶ ତାକଥାରେ କଛି ତର୍କ କଲାନି।ସେ ଜାଣୁଥିଲା ନନ୍ଦିନୀ ମନର ଅବସ୍ଥାକୁ।ବୁଝୁଥିଲା ତାର ଅଭିମାନକୁ।ହେଲେ ଏବେ ସେ ନରମିବାକୁ ଚାହୁଁନଥିଲା।ଏଥିରେ ହିଁ ନନ୍ଦିନୀର ମଙ୍ଗଳ।ଆଜି ବୋଧହୁଏ ଶେଷ ଦେଖା ସେମାନଙ୍କର।ଛୁଟିଭିତରେ ରେଜଲ୍ଟ ବାହାରି ଉଭୟଙ୍କ ରାସ୍ତା ଅଲଗା ହେଇଯିବ।ନନ୍ଦିନୀ ଚାଲିଯିବ ଆଇଏଏସ୍ ଙ୍କ ପତ୍ନୀ ହେଇ ଶାଶୁଘର।
ଆଉ ସେ ଚାକିରି ପାଇଁ ଦଉଡିବ ଅନିଶ୍ଚିତ ପଥରେ। ମାଧବୀ ପଟେଲ।
ଜଳିପଡି ପାଉଁଷ ହେଇଯାଇଥିବା ମଣିଷ ପାଇଁ ବେଶୀ ବା କମ୍ ଖରାର ଅର୍ଥ ଆଉ କଣ?ଏବାକ୍ୟକୁ ନେଇ ଗପଟେ ଲେଖିବାର ଥିଲା।ଅନେକ ବର୍ଷ ତଳେ ଏ ଗପ ଲିଖିତ।
No comments:
Post a Comment