ହେ ଶ୍ୟାମ...ଶକ୍ତି ଦେ ମୋତେ....
ସହିବାକୁ ଅପାର ଯାତନାରେ
ଶବ୍ଦ ର କାଇଁଶିକା ତୀରରେ
ଉତ୍ତରl ର ଗର୍ଭପାତ ଦୁଃଖରେ
ଅଶାନ୍ତି ର ମେଘନାଦ ପ୍ରାଚୀରରେ..
ଅସହିଷ୍ଣୁ ର ବାଲିବନ୍ଧ ଭାସେ ରେ
ପରଶ୍ରୀକାତର ଅଦିନିଆ ଢେଉ ରେ..
ନିତିଦିନିଆ ଚକ୍ରବାକ ଆସିବାରେ..
ଦୟନୀୟ ଜୀବନ ମରୁଭୂମିରେ.!!
ହେ ଶ୍ୟାମ ... ଶକ୍ତି ଦେ ମୋତେ...
ନିକଟେ ଥିଲେ ବି. ଲାଗୁଚି ସତରେ...
ଲକ୍ଷେ ଯୋଜନ ର ଥିଲା ପରି ଦୂରେ..
ଏଇ କଣ ଭଲପାଇବାର ପାଉଣା ହରେ
ତୋର ଉପହାର ମାନି ସହିଯାଉଥିବି ରେ
ଜୀବନ ର ଅସରନ୍ତି ଯାତନା ମୁହୂର୍ତ୍ତରେ !!
ହେ ଶ୍ୟାମ.... ଶକ୍ତି ଦେ ମୋତେ...
ଦେଖିବାକୁ ଅନେକ ବିଚିତ୍ରତା..ଜୀବନରେ
ସମୟ ର ଆସନ୍ତା କାଲି ର ପ୍ରତୀକ୍ଷା ରେ
ଆଣିଦେବ ଅସରନ୍ତି ଖୁସି ଜୀବନ ହାଟ ରେ
କିଣା ବିକା ବାକି ଅଛି ଦୁନିଆ ବଜାର ରେ
କିଛି ଲାଭ,କିଛି କ୍ଷତି,ବାକି ଅଛି ସଂସାରେ !!
ହେ ଶ୍ୟାମ.. ଶକ୍ତି ଡେ ମୋତେ...
ଅଶାନ୍ତି ର ଅଦିନିଆ କଳା ବାଦଲ..ଟା
ଲିଭିଯାଉ ଆକାଶ ରୁ..ଜୀବନ ଶୂନ୍ୟତା
ଫେରିବା ଆଶାରେ ଚାତକ ପକ୍ଷୀ ଟା ...
ଚାହିଁଛି ଶୂନ୍ୟ ନଭ କୁ.ତୃଷାର୍ତ୍ତ ନୟନ ଟା..
ସତେ ଅବା ମୋତେ ମିଳିଯିବ..ଦୁଇଟା
କର୍ତବ୍ୟ ଓ ବିଶ୍ୱାସ ଦି 'ଟୋପା ବାରି ଟା !!
ହେ ଶ୍ୟାମ .. ଶକ୍ତି ଦେ ମୋତେ...
ଦେଖିବାକୁ ମୋ ଜୀବନ ବଗିଚାରେ...
କୁସୁମିତ ରଙ୍ଗ ଓ ସୁଗନ୍ଧ ପୁଲରେ
ହସ ଖେଳିଯାଏ ମୋ ଅଗଣାରେ..
ଫେରିଆସୁ ଅମାନିଆ ଫଗୁଣ ଟା
ପୁଲକିତ ହୋଉ ଅଶାନ୍ତ ପ୍ରାଣ ଟା !!
ହେ ଶ୍ୟାମ..ପ୍ରଣତି ତୋ ଚରଣେ...
ମାଗୁଣି ମୋ ନ ଯାଉ ଅକାରଣେ
"ହେ ଶ୍ୟାମ "
ନିର୍ମଳ ନାୟକ
ନାଗପୁର, ମହାରାଷ୍ଟ୍ର
ସହିବାକୁ ଅପାର ଯାତନାରେ
ଶବ୍ଦ ର କାଇଁଶିକା ତୀରରେ
ଉତ୍ତରl ର ଗର୍ଭପାତ ଦୁଃଖରେ
ଅଶାନ୍ତି ର ମେଘନାଦ ପ୍ରାଚୀରରେ..
ଅସହିଷ୍ଣୁ ର ବାଲିବନ୍ଧ ଭାସେ ରେ
ପରଶ୍ରୀକାତର ଅଦିନିଆ ଢେଉ ରେ..
ନିତିଦିନିଆ ଚକ୍ରବାକ ଆସିବାରେ..
ଦୟନୀୟ ଜୀବନ ମରୁଭୂମିରେ.!!
ହେ ଶ୍ୟାମ ... ଶକ୍ତି ଦେ ମୋତେ...
ନିକଟେ ଥିଲେ ବି. ଲାଗୁଚି ସତରେ...
ଲକ୍ଷେ ଯୋଜନ ର ଥିଲା ପରି ଦୂରେ..
ଏଇ କଣ ଭଲପାଇବାର ପାଉଣା ହରେ
ତୋର ଉପହାର ମାନି ସହିଯାଉଥିବି ରେ
ଜୀବନ ର ଅସରନ୍ତି ଯାତନା ମୁହୂର୍ତ୍ତରେ !!
ହେ ଶ୍ୟାମ.... ଶକ୍ତି ଦେ ମୋତେ...
ଦେଖିବାକୁ ଅନେକ ବିଚିତ୍ରତା..ଜୀବନରେ
ସମୟ ର ଆସନ୍ତା କାଲି ର ପ୍ରତୀକ୍ଷା ରେ
ଆଣିଦେବ ଅସରନ୍ତି ଖୁସି ଜୀବନ ହାଟ ରେ
କିଣା ବିକା ବାକି ଅଛି ଦୁନିଆ ବଜାର ରେ
କିଛି ଲାଭ,କିଛି କ୍ଷତି,ବାକି ଅଛି ସଂସାରେ !!
ହେ ଶ୍ୟାମ.. ଶକ୍ତି ଡେ ମୋତେ...
ଅଶାନ୍ତି ର ଅଦିନିଆ କଳା ବାଦଲ..ଟା
ଲିଭିଯାଉ ଆକାଶ ରୁ..ଜୀବନ ଶୂନ୍ୟତା
ଫେରିବା ଆଶାରେ ଚାତକ ପକ୍ଷୀ ଟା ...
ଚାହିଁଛି ଶୂନ୍ୟ ନଭ କୁ.ତୃଷାର୍ତ୍ତ ନୟନ ଟା..
ସତେ ଅବା ମୋତେ ମିଳିଯିବ..ଦୁଇଟା
କର୍ତବ୍ୟ ଓ ବିଶ୍ୱାସ ଦି 'ଟୋପା ବାରି ଟା !!
ହେ ଶ୍ୟାମ .. ଶକ୍ତି ଦେ ମୋତେ...
ଦେଖିବାକୁ ମୋ ଜୀବନ ବଗିଚାରେ...
କୁସୁମିତ ରଙ୍ଗ ଓ ସୁଗନ୍ଧ ପୁଲରେ
ହସ ଖେଳିଯାଏ ମୋ ଅଗଣାରେ..
ଫେରିଆସୁ ଅମାନିଆ ଫଗୁଣ ଟା
ପୁଲକିତ ହୋଉ ଅଶାନ୍ତ ପ୍ରାଣ ଟା !!
ହେ ଶ୍ୟାମ..ପ୍ରଣତି ତୋ ଚରଣେ...
ମାଗୁଣି ମୋ ନ ଯାଉ ଅକାରଣେ
"ହେ ଶ୍ୟାମ "
ନିର୍ମଳ ନାୟକ
ନାଗପୁର, ମହାରାଷ୍ଟ୍ର

ଅତି ସୁନ୍ଦର ହେ ଶ୍ୟାମ
ReplyDeleteବହୁତ ସୁନ୍ଦର ଏବଂ ଉଚ୍ଚ କୋଟୀର ଲେଖା ଭାଇ। ଅନ୍ତରରୁ କୃତଜ୍ଞତା ଜ୍ଞାପନ କରୁଛି। ପ୍ରଣାମ। ଜୟ ଜଗନ୍ନାଥ।
ReplyDelete