ପୂଜା ଆରାଧନା କରିବା ପାଇଁ
ଅଭିଯୋଗ ଭରା ପଶରା ଖୋଲିଛୁ
ଦିନେ ଅନୁତାପ କରିଲୁ ନାହିଁ। (୧)
ମାତୃ ଗରଭରେ ଯାତନା ଭୋଗିଲୁ
ନେହୁରା ହୋଇଲୁ ଉଦ୍ଧାର ପାଇଁ
କଥା ଦେଇ ଥିଲୁ ଉଦ୍ଧାର ପାଇଲେ
ତା ପାଇଁ ଜୀବନ ଦେବୁ ବିତାଇ ।(୨)
ଜରାୟୁ ଛାଡିଲୁ ମାଟିକୁ ଛୁଇଁଲୁ
ମାୟା କବଳରେ ପଡିଲୁ ଯାଇ
ମୋର ମୋର ଭାବି ମୋହ ବଶ ହେଲୁ
ଆପଣା ଲୋକକୁ ପଛେ ପକାଇ ।(୩)
ଶୈଶବ କଟିଲା କୈଶୋର ବିତିଲା
ଯୈବନ ଜାଦୁ ର ପରଶ ପାଇ
କାମିନୀ କାଞ୍ଚନ ପଛେ ଘୁରି ଘୁରି
ଅମୂଲ୍ୟ ସମୟ ଦେଲୁ ବିତାଇ ।(୪)
ପ୍ରାରବ୍ଧ ସଂଯୁକ୍ତ କର୍ମ ଫଳ ଭାରେ
ଦିନୁଦିନ ଭବଜ୍ବାଳା ବଢଇ
ଜୀବନ ଯୁଦ୍ଧରେ ବିଦଗ୍ଧ ଚିତ୍ତରେ
ବ୍ଯାକୁଳତା ପ୍ରାଣ ମୁକ୍ତି ଲୋଡଇ ।(୫)
ଅଭ୍ଯନ୍ତରେ ଦେଖ ମନ ବୃନ୍ଦାବନେ
ମୋହନ ଡାକୁଛି ମୁରଲୀ ବାଇ
ରାଧା ରାଧା ନାଦେ ଆହା କି ଆହ୍ଲାଦେ
ହୃଦୟ ମନ୍ଦିର କମ୍ପି ଉଠଇ ।(୬)
ଅଭିଯୋଗ ଛାଡି ଅନୁତାପେ ବୁଡି
ବେନି ନୟନରୁ ଅଶ୍ରୁ ଝରାଇ
ଆକୁଳେ ଚିନ୍ତିଲେ ସେ ପରମ ପାଦେ
ମୁକତି ଲଭିବୁ ଅଚିରେ ତୁହି ।(୭)
ଡଃ•ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଦିଗପହଣ୍ଡି । ଗଞ୍ଜାମ୍ (ଓଡ଼ିଶା)
For all support related issues or to reach our team, Please check below details.
Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

No comments:
Post a Comment