ଭାଇ ହାତରେ ସେହ୍ନର ଡୋରୀ
ବାନ୍ଧିଲି ରଖିବ ଆଦର କରି
ଭୁଲିଯିବ ନାହିଁ ଭଉଣୀକୁ ତୁମ
ଆସିବ ଶିଘ୍ର ମନେ କରି।
ଭାବ ବନ୍ଧନ ର ଅତୁଟ ବିଶ୍ଵାସ
ଭରି ଅଛି ଯହି ଏ ସନ୍ଦେଶ
ଯୁଗ ଯୁଗ ଧରି ପରମ୍ପରା ଆମ
ଭଉଣୀଙ୍କ ରକ୍ଷା ପାଇଁ ଥିବ ସକ୍ଷମ।
ଡାକ ଶୁଣି ଥରେ ଆସିବ ଧାଇଁ
କୋଟିଏ ଭିତରେ ଗୋଟିଏ ତୁହି
ଛାୟି ପରି ମୋ ସାଥିରେ ଥାଏ
ମୋ ଭାଇ ପରି ଆଉ କେହି ତ ନୁହେଁ।
ସରସ୍ବତୀ ସାଲିମା
ସମ୍ବଲପୁର
No comments:
Post a Comment