ଭଉଣୀ ପ୍ରେମର ସନ୍ତକ ଟିଏ ।।
ଭାଇ ହାତେ ଭଉଣୀ ବାନ୍ଧି ଦେଇ ତାକୁ ।
କେତେ ଆତ୍ମ ସନ୍ତୋଷ ସେ ପାଇ ଥାଏ ।।
ରାକ୍ଷୀର ମହତ୍ତ୍ୱ ଭାବ ସିଏ କାହିଁ ବୁଝିବ ।
ଭଉଣୀ ଠାରୁ ଯିଏ ଦୂରେଇ ରହିବ ।।
ଭାଇଟିଏ ନାହିଁ ବୋଲି କେତେ କଷ୍ଟ ପାଉଛି ।
ରାକ୍ଷୀଟିଏ ଧରି ସିଏ ମନ ମାରି ରହୁଛି ।।
ସୂତାର ଡୋରୀ ତ ଭାବିବାନି ତାକୁ ।
ସ୍ନେହ ଆଦରର ନମୁନା ସିଏ ।।
ଭାଇ ହାତେ ଭଉଣୀ ବାନ୍ଧି ନପାରିଲେ ।
କେତେ ଦୁଃଖ ପୁଣି ସିଏ ପାଏ ।।
ସମ୍ପର୍କର ସେତୁ ସୁଦୃଢ଼ ପାଇଁ ।
ରାକ୍ଷୀ ବାନ୍ଧିବାକୁ ଆସଇ ଭାଇ ।।
ଭାଇ ହାତେ ଭଉଣୀ ବାନ୍ଧି କହଇ ।
ମୋ ଜୀବନ ସୁରକ୍ଷା କରିବୁ ତୁହି ।।
ଭାଇ ଭଉଣୀର ଅତୁଟ ବନ୍ଧନ ।
ଯୁଗେ ଯୁଗେ ତାହା ରହିଅଛି ଜାଣ।।
ଭଉଣୀକୁ ସିଏ ସୁରକ୍ଷା ଦେଉଛି ।
ସୁରକ୍ଷା କବଚ ତାର ସାଜି ଅଛି ।।
ସୁନା ରୂପା ଠାରୁ ନୁହେଁ ସିଏ ସାନ ।
ରାକ୍ଷୀ ପୂର୍ଣ୍ଣିମାରେ କେତେ ତାର ମାନ ।।
ଭଉଣୀର ସ୍ନେହ ଶ୍ରଦ୍ଧା ସମ୍ମାନ ପାଇଁ ।
ଭାଇ ରହିଥାଏ ଦିନଟି ଚାହିଁ ।।
ଭଉଣୀ ଅଝଟ ସହିବା ପାଇଁ ।
କେତେଯେ ଭାବନା ସେ କରିଥାଇ ।।
ଯେତେ ସ୍ନେହ ପ୍ରେମ ଅଜାଡି ଦିଏ ।
ଅତୁଟ ବନ୍ଧନ ପ୍ରମାଣ ସିଏ ।।
ରାକ୍ଷୀକୁ ଛୋଟିଆ ନଭାବି ମନେ ।
ବାନ୍ଧି ହୋଇଯିବା ସ୍ନେହ ବନ୍ଧନେ ।।
ବିପଦ ଆପଦ ରକ୍ଷା ରକ୍ଷଣ ।
ଭାଇଙ୍କ କର୍ତ୍ତବ୍ୟ ରହିଛି ଜାଣ ।।
ରାକ୍ଷୀର ପାଉଣା ଭାଇର ସ୍ନେହ ।
ସବୁ ଭଉଣୀଙ୍କ ରହୁ ଏହି ଗୋଟିଏ ମୋହ ।।
ସମ୍ପର୍କରେ କେବେ ଫାଟ ଦେବାନି ।
ରାକ୍ଷୀ ପୂର୍ଣ୍ଣିମାକୁ ଭୁଲି ଯିବାନି ।।
ଭାଇ ଯେତେବେଳେ ସହାୟ ହେବ ।
ଭଉଣୀ ରାକ୍ଷୀର ମହତ୍ତ୍ୱଭାବ ବୁଝିବ ।।
ରାକ୍ଷୀ ନୁହେଁ ଇଏ ଛୋଟିଆ ଫିତା ।
ଭାଇ ପାଇଁ ଭଉଣୀ ଜଗତ ଜିତା ।।
ଶ୍ରୀ ସୁଦାମ ଦଳବରା
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment