Monday, August 3, 2020

🌷🙏* ରେଶମୀ ଡୋରି *🙏🌷

ସୁନା ଭଉଣୀ ମୋ 
ଗେଲ୍ହା ଭଉଣୀ 
ଆଣି ଅଛି ରାକ୍ଷୀ ମୋ ମନ ଜାଣି II

ଝିଲି ମିଲି  ଦିଶେ 
ମୋ ହାତେ ରାକ୍ଷୀ 
ତୋ ରାକ୍ଷୀ ଦେଖି ଲାଖେ ମୋ ଆଖି   II


ସିନ୍ଦୁର ଚନ୍ଦନ 
ତୋ ଦୀପ ଥାଳି 
ମିଠା ବି ରଖିଛୁ ଭଳି କି ଭଳି   II

ଫୁଲେଇ ରାଣୀ ମୋ 
ନାକ କାନ୍ଦୁରି 
ପରୀ ରାଇଜର ତୁ ମୋ ପରୀ   II

ତୁ ମୋ ଜୀବନ 
ତୁ ମୋ ଧନ 
ତୁ ମୋ ସପନ ତୁ ମୋ ମନ   II

ପବିତ୍ର ବନ୍ଧନ 
ଆଜିର ଦିନ 
କଥା ମୁଁ ଦେଉଛି ରଖିବି ମାନ  II

ନିରଞ୍ଜନ ମହାରଣା 
ସହକାରୀ ଶିକ୍ଷକ 
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା 
ମାଲକାନଗିରି 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy