ଆଜି ମୋ ଜୀବନର ସେହ୍ନ,ଶ୍ରଦ୍ଧାପ୍ରୀତି ଆବେଗର ରାକ୍ଷୀଟିଏ
ଦେଇଛି ବାନ୍ଧି ରଖିବୁ ମାନ
ଆସୁ ଯେତେ ଝଡ ଝଂଜା
ବିପଦ ଆପଦେ ଠିଆ ହେଉଥିବୁ
ନକରି ଅଭିମାନ ।।
ଦୁଃଖ ଯନ୍ତ୍ରଣାରେ ଭାଙ୍ଗି ପଡିବୁନି
ଭାବି ମୋତେ ସାତ ପର
ଭଉଣୀର ସେହ୍ନ ଦେଉଥିବୁ ସଦା
ଭଲ ମନ୍ଦେ ସାଥି କରିବୁରେ ଭାଇ
ନକରି ହତାଦର ।।
ଝିଅ ଜନ୍ମ ତ ପର ଘରକୁ
ହୀନିମାନ ଆମ କପାଳ
ନିଜଘରୁ କେବେ ହୋଇଗଲେ ଦୂର
ଜୀବନ ଯୁଦ୍ଧରେ ପରାଜିତ ହେଲେ
ତୁଟାଇ ଦେବୁନି ସେହ୍ନ ଜଂଜାଳ ।।
ଅଝଟ ହେଲେ ମୁଁ କୋଳେଇ ନେବୁ
ଅବାଟକୁ ଗଲେ ଆଣିବୁ ବାଟକୁ
ଶିରେ ଶୁଭାଶିଷ ହାତ ଥୋଇ
ଜୀବନର ସଂପର୍କ ନଈରେ
ତୁମେ ସେହ୍ନ,ମମତାର କରୁଣା ସିନ୍ଧୁ
ତୋ ଉଦାର ନୀରେ
ମିଶାଇ ଦେବୁ ଦୋଷାଦୋଷ ଯେତେ
ଏହି କଥା ମୋ ଅନ୍ତର ଝୁରେ ।।
ସେହ୍ନ ,ଆବେଗ ଆଦରର ସଂପର୍କ
ରାକ୍ଷୀ ଦେଲି ପିନ୍ଧାଇ
ମଣିବୁନି ଏହାକୁ ହେୟ
ଲୋଡା ନାହିଁ ମୋର ଧନ ଦରବ
ଲୋଡା ସଦା ସୁରକ୍ଷା ଅଭୟ
ରଖିବୁ ରାକ୍ଷୀର ମାନ ।।
ଭାଇ ଭଉଣୀର ଅତୁଟ ବନ୍ଧନ
ଜୀବନେ ବିସ୍ମରିବୁ ନାହିଁ
ରାକ୍ଷୀ ଭିଜିଗଲେ ଆଖି ଲୁହରେ
ଅନ୍ତରରେ ମୋ ଥିବୁ ରହି
ଛାଇ ପରି ଥିବୁ ରଖିଥିବୁ ସମ୍ମାନ।
ଡ.ଗୁରୁ ମୂର୍ତ୍ତି ନାୟକ (ଅଧ୍ୟାପକ)
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା
No comments:
Post a Comment