ଗଳ୍ପ
'ବେଦାନ୍ତ' ଆଜି ବହୁତ ମୁହଁ ଶୁଖାଇ ,ଦୁଃଖରେ ଘର କୋଣରେ ଚୁପଚାପ ବସି ରହିଛି।ନା ଓଠରେ ତାର ହସ ଅଛି।ନା ପାଟିରୁ କିଛି କଥା କହି ପାରୁଛି।କେହି ବି ତାକୁ ଦେଖିଲେ ଜାଣି ପାରିବେ ଯେ ଆଜି ତାର କିଛି ଗୋଟେ ମନରେ ଚାଲିଛି ନିଶ୍ଚୟ।କାହିଁକି ନା ! ସେ ଏମିତି ଗୋଟେ ପିଲା ଘଡ଼ିଏ ବି ଘରେ କେବେ ରହେ ନାହିଁ।ଯେତେବେଳେ ଦେଖ ତାକୁ, ସେ ଘର ବାହାରେ ହିଁ ଯାଇ ତାର ସାଙ୍ଗ ସାଥୀ ସହ ମିଳି ମିଶି କେତେବେଳେ ବାଲି ଉପରେ ,ତ କେତେବେଳେ ହାତରେ ବାଡି ଖଣ୍ଡେ ବ୍ୟାଟ କରି ଦୁଇ ଚାରି ଜଣ ସାଙ୍ଗ ସହିତ କ୍ରିକେଟ ଆଦି ଖେଳରେ ବ୍ୟସ୍ତ ଥାଏ।ନଚେତ ଘରେ ବଡ଼ ବାପା ପୁଅ ମାନଙ୍କ ସହିତ ହସ ,ଉଲ୍ଲାସ ,ମଉଜ ମସ୍ତିରେ ମଜ୍ଜି ଯାଇଥାଏ।ବୟସ ପାଞ୍ଚ ବର୍ଷ କିନ୍ତୁ ଭାରି ଚଗଲା ସ୍ୱଭାବର।ତାକୁ ଯିଏ ବି ଦେଖିବ ତାହା ଚେହେରାରୁ ଜାଣି ପାରିବେ।ସେ ଚଳ ଚଞ୍ଚଳ।କେବେ କୌଣସି ପରିସ୍ଥିତିରେ ସ୍ଥିର ହୋଇ ସେ ଏକା , ନିର୍ଜନ ସ୍ଥଳରେ ନୀରବ ଭାବରେ ବସିବା, ପରିବାରର କୌଣସି ସଦସ୍ୟ ଜାଣନ୍ତି ନାହିଁ।କହିବାକୁ ଗଲେ ଚାଲିଯିବା ଶଗଡ଼ରେ ହାତ ଦେବା ତା'ର ସହଜାତ ପ୍ରବୃତ୍ତି କହିଲେ ଚଳେ। କେହି କିଛି ପଚାରିବା ଆଗରୁ ବା କହିବା ପୂର୍ବରୁ ସେ କିଛି ନା କିଛି ଗୋଟିଏ କଥା ମୁହାଁ ମୁହିଁ ଜବାବ ଦେଇଥାଏ।
ଯେପରି ଜଣେ ଶିକାରୀର ତୀର ଘଞ୍ଚ ଜଙ୍ଗଲକୁ ଲକ୍ଷ୍ୟ କରୁ କରୁ ହଠାତ ଏକ ଅଜଣା ଅଜବ ଶବ୍ଦରେ ଧନୁର ତୀର ନିକ୍ଷେପ କଲା ଭଳି।ମାଁ ନୈନା ଆଜି ରାକ୍ଷୀ ପୂର୍ଣ୍ଣମୀ ଥିବାରୁ ଘରେ କାମରେ ବ୍ୟସ୍ତ।ଅର୍ଥାତ ପିଠାପଣା, ସାକର,ଚକୁଳି,ବିରି ବଡ଼ା ,ଖିରି ଓ ପୁରୀ ଆଦି ବନାଇବାରେ ବ୍ୟସ୍ତ। ତାର ଲକ୍ଷ୍ୟ ନାହିଁ ଯେ ବେଦ , ଏମିତି ଆଜିର ଏହି ପବିତ୍ର ରକ୍ଷା ବନ୍ଧନରେ ଘର
କୋଣରେ ଏକା ଏକା ମନ ମାରି ବସିଥିବ।
ଘର ବାରିପଟେ କାଠ ଚୁଲ୍ଲିରେ କାମ କରୁ କରୁ ମାଁ ନୈନାଙ୍କୁ ଯେତେବେଳେ ପୁଅ ବେଦାନ୍ତ କଥା ମନେ ପଡ଼ିଛି; ସେତେବେଳେ ସେ ଘର ବାହାରକୁ ଯାଇ ଗାଁ ଦାଣ୍ଡ ମଝିରେ ହୂରି କରି ବେଦ....ବେ....ଦ.... କୁଆଡେ ଗଲୁ? କଣ କରୁଛୁ....? କେଉଁଠି ଅଛୁ ?ଶୀଘ୍ର ଘରକୁ ଆସ କହି କହି ପୁଣି ଘରକୁ ଫେରି ଦେଖିଛି। ବେଦ ଏକା ଏକା ଘର ଭିତରେ ପଡିଥିବା ଏକ ପୁରୁଣା ଦଉଡ଼ି ବନ୍ଧା ଖଟ ଉପରେ ଗୁମୁ ହୋଇ ବସିଛି।
ଜଣେ ମାଁ ' ମନ ମାନିବ ବା କିପରି ? ଆଜିର ଏହି ରକ୍ଷାବନ୍ଧନ ଭଳି ପବିତ୍ର ପର୍ବ ପୁନେଇଁ ଦିନରେ ବେଦାନ୍ତ କାହିଁକି ଚୁପ ହୋଇ ବସିଛି ? ମନେ ମନେ ଭାବୁ ଭାବୁ ଅଲକ୍ଷ୍ୟରେ ସେ କିଛି ଭାବି ପାରିଲା ନାହିଁ। ବେଦାନ୍ତ ଘରେ ଥିବା ଜାଣି ସେ ପୁଣି ଘର ପଛପଟ ବାଢ଼ି ଦୁଆର ପାଖରେ ଚୁଲ୍ଲି ପାଖରେ ଯାଇ ନିଜ କାମରେ ବ୍ୟସ୍ତ ରହିଲା।
କିଛି କ୍ଷଣ ପରେ 'ବେଦାନ୍ତ' ଆଖି ମଳି ମଳି ଆସି ମାଁ ନୈନା ପାଖରେ ଏରୁଣ୍ଡି ଉପରେ ପାଦ ଦେଇ ମାଙ୍କୁ ଆଖି ଛଳ ଛଳ କରି ଚାତକ ପକ୍ଷୀଟିଏ ସତେ ଯେପରି ମେଘୁଆ ସୁନୀଳ ଆକାଶକୁ ଦେଖି ଚାହିଁ ରହିଲା ଭଳି କେବଳ ଛିଡ଼ା ହୋଇ ରହିଲା। ପୁଅ ବେଦାନ୍ତକୁ ଦେଖି, ମାଁ ନୈନା କିଛି କହିବା ପୂର୍ବରୁ ସେ କଇଁ କଇଁ ହୋଇ ରାହା ଧରି କାନ୍ଦିଲା ଯେ କାନ୍ଦିଲା।ମାଁ ବହୁତ ବୁଝାଇଲା ।ସେ ଜମା ବୁଝିଲା ନାହିଁ।
ମାଁ, ନୈନା କାଳେ ସେ ଖେଳନା ପାଇଁ କାନ୍ଦୁଥିବ ଭାବି।ତାକୁ ବୁଝାଇ ଆଶ୍ୱାସନା ଦେଇ କହିଲା ,ମୋ
ସୁନାଟା , ଧନଟା ପରା , କାନ୍ଦ ନାହିଁ।ବାପା ,କୁଆଡେ ଯାଇଛନ୍ତି , ଆସନ୍ତୁ, ବାପାଙ୍କୁ କହି ମୁଁ ନିଜେ ବଜାର ଯାଇ ତୋ ' ପାଇଁ ମନ ପସନ୍ଦର ଖେଳନା ନେଇ ଆସିବି।
ଏହା ଶୁଣି ବେଦାନ୍ତ ଆଉରି ଜୋରରେ ଅଧିକରୁ ଅଧିକ କାନ୍ଦିଲା ,କହିଲା ନା ମାମା ମୋର ଖେଳନା କଣ ହେବ?
ଉଁ......ଉଁ.......ଉଁ........।
ନୈନା - ତେବେ କୁହ ବାବୁ ତୋର କଣ ଦରକାର କୁହ।ଆରେ କହୁନା କୁହ।ମୁଁ ନିଶ୍ଚୟ କିଣି ଆଣିବି ।
ବେଦାନ୍ତ - ମାମା, ତୁମେ ସତ କହୁଛ : ପ୍ରୋମିଜ୍...ଗଡ ପ୍ରୋମିଜ୍....... .ହଁ କୁହ ପ୍ରୋମିଜ୍ ।ମୁଁ କଥା ଦେଉଛି କୁହ।
ମାମା ,ଜାଣିଛ ଆଜି ମୁଁ ସକାଳେ ପୋଖରୀରୁ ଗାଧୋଇ ଘରକୁ ଫେରିବା ବାଟରେ ଦେଖିଲି ମୋ ସାଙ୍ଗ ବେବିନା ପୋଖରୀ ହିଡରୁ ଭିନ୍ନ ଭିନ୍ନ ପ୍ରକାରର ଫୁଲ ସବୁ ତୋଲୁଥିଲା।ମୁଁ ପଚାରିଲି ବେବିନା ଏସବୁ ଫୁଲ ନେଇ କଣ କରିବୁ ? ସେ କହିଲା ,ଆଜି ପରା ରାକ୍ଷୀ ପୁନେଇଁ ।ମୁଁ ମୋ' ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିବି ।
ତୁମେ କହିଲ ମାମା ଏକଥା ଶୁଣି କାହା ମନ ଦୁଃଖ ନ ହେବ ? ଆଜିଭଳି ଏହି ପବିତ୍ର ଦିନରେ ଯଦି ମୋର ଗୋଟେ ତା ' ଭଳି ସୁନା ନାକୀ ଭଉଣୀ ଥାଆନ୍ତା କି ?
ମୋ ହାତରେ ରାକ୍ଷୀ ବାନ୍ଧି ଦେଇ ଥାଆନ୍ତା।ଆଉ ମୁଁ କହିଥାନ୍ତି ! ଚକା ଚକା ଭଉଁରି , ମାମୁଁ ଘର ଚାଉଁରି, ମାମୁଁ ମୋତେ ମାଇଲା, ମାଇଁ ମୋତେ ଦୁଧ, ଭାତ ଖୁଆଇଲା।ଆଉ ,ମୋ ଛୋଟ ଗେହ୍ଲା ଭଉଣୀ ମୋ' ହାତରେ ହାତ ଛନ୍ଦି ଗୀତ ଗାଇ ଗାଇ କହିଥାନ୍ତା - "ଭାଇ ତୋତେ ମୋର ରହିଲା ରାଣ , କହିବୁ ନି କଥା , ପଦିଏ ଟାଣ , ରାକ୍ଷୀ ବାନ୍ଧିଲି ମୁଁ ରଖିବୁ ମାନ।।
ଶ୍ରୀ . ଡମ୍ବୁରୁ ଧର ବେହେରା (ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)

An Emotional Story ☝️
ReplyDelete🙏🙏🙏🙏🖊🖊🌹🌿🌺🖊🖋 ....👍👍👍👍👍
👍
ReplyDelete