ମୃଦୁମନ୍ଦ ହାସେ
ବଙ୍କିମ ଅଧରେ
ତ୍ରିଭଙ୍ଗୀ ଠାଣି ରେ ଶ୍ୟାମ,,,
ମଥାରେ ମୟୁଖ
ଦିଶେ ଝକଝକ
ଶ୍ୟାମଳିମା ଶୋଭାବନ,,,,
ନୟନେ କଜ୍ଜଳ
ଶିରେ ବାଙ୍କଚୂଳ
ଶୋଭା କି ଗୋ ଅନୁପମ,,,,
କସ୍ତୁରୀ ସୁବାସ
ଚହଟି ଚୌପାଶ
ଦହେ ଅବା କୋଟି କାମ,,,,
ମୋହନ ବଂଶୀ ରେ
ବାଇ ସାତସୁରେ
ଅଧିର କରଇ ପ୍ରାଣ,,,,,,
ପ୍ରୀତିପର୍ଣ୍ଣା ରାଇ
ଆସ ଗୋ ତୁହାଇ
ଡାକେ ପ୍ରିୟ କୁଞ୍ଜବନ,,,,
ଆତୁର ପରାଣେ
ବିରହର ତାନେ
ରୋମାଞ୍ଚିତ. ନିଧିବନ,,,,,
କରନା ବାହାନା
ସେ ହଟିଆ କାହ୍ନା
ବିରହ ହେବବିଷମ,,,,
ଦେଇ ପ୍ରୀତି ରସ
କର ବାରେ ତୋଷ
ପ୍ରାଣପ୍ରିୟ ସେ. ମୋହନ,,,,
ରାଇ ବିନୋଦିନୀ
ପ୍ରୀତି ସୋହାଗିନୀ
ଦେଇ ସୁଧା ରସ ପ୍ରେମ,,,,,
ଶ୍ରୀମତି ଶ୍ରୀପତି
ପୟରେ ପ୍ରଣତି
ଦୋଷ କ୍ଷମା କର ମମ,,,,।
ରଂଜିତା ପତି
ଜଗନ୍ନାଥ. ପ୍ରସାଦ,ଗଂଜାମ ।
No comments:
Post a Comment