ଶୋଭନ ଶରତ ଆସିଲା
ଧରା ମଣ୍ଡ ନ କରି
ଶୋଧିତ ହୋଇଲା ତଡାଗ
ତରଙ୍ଗିଣୀର ବାରି।
ଶତଦଳ ପୂର୍ଣ୍ଣ ହୋଇଲା
ଶୂନ୍ୟ ଯେତେକ ସର
ଶ୍ବେତପତ୍ର ହଁ ସୀ ଆନନ୍ଦେ
ଜଳେ କଲେ ବିହାର।
ଶ୍ବେତ ମେଘ ଖଣ୍ଡ ଖଣ୍ଡ କୁ
ଭାସି ବୁଲନ୍ତି ନଭେ
, ଶଶିକାନ୍ତ ସଞ୍ଜେ ଫୁଟ ଇ
ଶଶୀ ଆଗମ ପ୍ରଭେ।
ଶସ୍ୟ ଶାଳୀ ହୋଇଉଠିଛି
ଶାଳି ଧାନ୍ୟେ କେଦାର
ଶରତ ଆସିଛି ମରତେ
ଧରି ଶୋଭା ଅପାର।
ଶୋଣ ବଧୂଲୀଟି ନେଲାଣି
ଓଷ୍ଠ ରଙ୍ଗ ଚୋରାଇ
ଶ୍ବେତ ଚାମରର ରୂପରେ
କାଶତଣ୍ଡୀ ଶୋଭ ଇ।
ଶେଫାଳୀ ମହକ ପ୍ରଭାତେ
ମନ ହରି ନିଅଇ
ଶୈଳେୟ ହରଷେ ଫୁଲରୁ ଫୁଲେ
ଘୂରି ବୁଲ ଇ।
ଶର୍ବରୀ କ୍ରମଶଃ ବର୍ଦ୍ଧିତ ହୁଏ
ଦିନ ଆୟୁଷ
ଶରତ ସଞ୍ଜଟି ସହଳ ଆସି
କର ଇ ହ୍ରାସ।
ଶୋଭା ବିବର୍ଦ୍ଧକ ଶରତ ଧରା
ମଣ୍ଡନ କରି
ଶୋଭା ପରିପୂର୍ଣ୍ଣ ସମ୍ଭାରେ
ବଢ଼େ ଧରାରେ ଶିରୀ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment