ବହୁମୁଖୀ ପ୍ରତିଭାର ଅଧିକାରୀ
ନୀଳକଣ୍ଠ ଦାସ ତୁମେ
ଯୁଗ ଯୁଗ ଧରି ରହିଛ ଅମର
ଏହି ଉତ୍କଳ ଭୂମେ।
ଅଠରଶହ ଚଉରାନବେ
ମସିହାରେ ଅଗଷ୍ଟ ପାଞ୍ଚ ତାରିଖରେ
ଭୂମିଷ୍ଠ ହୋଇଲ ସାକ୍ଷୀଗୋପାଳର
ଶ୍ରୀ ରାମଚନ୍ଦ୍ର ପୁର ଶାସନରେ।
ମାତା ହୀରାଦେବୀ ପିତା ଆନନ୍ଦ ଙ୍କ
ଥୂଲ ତୁମେ ଯୋଗ୍ୟ ସୁତ
ଦେଶ ସେବା ବ୍ରତେ ଉତ୍ସର୍ଗ ଜୀବନ
ହୋଇଲା ଅତି ପବିତ୍ର।
ଜାତି ,ବର୍ଣ୍ଣ, ଭେଦଭାବ ଉଠାଇଲ
କରି ସମାଜ ସଂସ୍କାର
ନିଶ ପ୍ରବନ୍ଧର ରଚୟିତା ତୁମେ
ନାହିଁ ଯାର ପଟାନ୍ତର।
ଆର୍ଯ୍ୟ ବୈଶିଷ୍ଟ୍ୟ ଭାରତ ସଂସ୍କୃତି
ସତ୍ୟବାଦୀ ପତ୍ରିକାରେ
ଲେଖି ନିୟମିତ ଥିଲେ ନିଷ୍ଠାପର
ସାମ୍ବାଦିକ ତା କ୍ଷେତ୍ରରେ।
ନିର୍ଭୀକ ପଣ ମହାନ୍ ବ୍ୟକ୍ତିତ୍ବେ
କଲମକୁ କରି ଜୟ
ନବଭା୍ରତ ଓ ସେବା ଦେଉଥିଲା
ତୁମର ସେ ପରିଚୟ।
କେନ୍ଦ୍ର ଆସେମିଳି୍ର ଥିଲ ବିଧାୟକ
ଏଗାର ବର୍ଷ ଧରି
ସାହିତ୍ୟିକ ଭାବେ ରହିଛ ଅମର
ନାନାଦି ରଚନା କରି।
ଓଡ଼ିଶା ସାହିତ୍ୟ ଏକାଡେମୀ ର
ପ୍ରଥମ ଯେ ସଭାପତି
ହୋଇ ଓଡ଼ିଶାର ଓଡ଼ିଆ ଭାଷା ର
ଉନ୍ନତେ ଲଭିଲା ଖ୍ୟାତି।
ଭାରତ ସରକାର ହୋଇଥିଲେ
ପ୍ରୀତ ଦେଖି ସମଗ୍ର କୃତିତ୍ୱ
ପଦ୍ମ ଭୁଷଣ ଉପାଧିରେ ତୁମକୁ
କରି ଯେ ଥିଲେ ଭୂଷିତ।
ଥିଲା ଏକାଧାରେ ରାଜନୀତି ଜ୍ଞ
ସମାଜ ସଂସ୍କାରକ
ଦାର୍ଶନିକ ତଥା ସାହିତ୍ୟିକ ଭାବେ
ରଖି ଯାଇଅଛି ଟେକ।
ଯଥାର୍ଥ ରେ ତୁମେ ମନୀଷୀ ମଣିଷ
ଏହି ଉତ୍କଳର କୀର୍ତ୍ତି
ତ୍ୟାଗ ,ସେବା, ନିର୍ଭୀକତାର ଉଜ୍ଜ୍ୱଳ
ନିର୍ମଳ ଭାବମୂର୍ତ୍ତି।
ସ୍ମୃତି ଚାରଣ ରେ ଦେଲୁ ଶ୍ରଦ୍ଧାଞ୍ଜଳି
ଜନ୍ମଦିନ ଅବସରେ
ଆଶୀର୍ବାଦ ଧାରା ଝରିଆସୁ ଏହି
ଉତ୍କଳ ମାଟି ପରେ।
ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment