ମୈଥିଳି ପତି ଅଗତି ର ଗତି
ନୀଳନୀରଦ କାନ୍ତି ଅନୁପମ
ଦଶରଥନନ୍ଦନ ଦଶମୁଖମର୍ଦ୍ଦନ
ପତିତପାବନ ଶ୍ରୀ ରାମ
ହେ ପୁରୁଷୋତ୍ତମ କୌଶଲ୍ୟାଧନ
ଜୟଜୟ ତୁମେ ତ୍ରାଣକର୍ତା
ପାଳି ପିତୃସତ୍ୟ. ଅରଜିଲ ଯଶ
ରଚିଲ ଅମର କିର୍ତୀଗାଥା
ପ୍ରଜାନୁରଞ୍ଜନ. ପାପ ବିମୋଚନ
ପ୍ରଜାମଙ୍ଗଳେ ସଦା ବ୍ରତୀ
ପ୍ରିୟତମାପତ୍ନୀ ପ୍ରାଣପ୍ରିୟା ଅତି
ନିର୍ଦୋଷେ ତେଜିଲ ସତୀ
କରିଅଛ ନାଶ ଧର୍ମସଂସ୍ଥାପନେ
ଶତେକ ଦାନବ ଦର୍ପ
ପତିତ ତାରଣ. କର ଉଦ୍ଧାରଣ
ନାଶି ଦୁଃଖ,ଶୋକ,ପାପ
ବୈଦେହୀ ରଂଜିତ ମାରୁତିବନ୍ଦିତ
ଜୟ ପଶୁପତି ବନ୍ଦିତ
ପୟରେ ପ୍ରଣତି ନାଶିଣ ଅରାତି
ତ୍ରସ୍ତ ଧରା କର ଆଶ୍ବସ୍ତ. ।
ରଂଜିତା ପତି
ଜଗନ୍ନାଥ ପ୍ରସାଦ, ଗଂଜାମ ଓଡିଶା
No comments:
Post a Comment