ଦିନ ଓ ରାତି ଘୁରୁଚି..
ସୁଖ ପରେ ଦୁଃଖ ବାଣ୍ଟି ଚାଲିଛି...
କନ୍ଦାଇ ସେ ହସାଉଚି !!
ଜୀବନ ନୁହଁଇ ଗୋଲାପ ପଥ..
କଣ୍ଟକିତ ଯେ ସଡ଼କ..
ହସ ପରେ କାନ୍ଦ ସଜାଡେ ନାଥ..
ଜନତା ମାତ୍ର ଅଳିକ !!
ଛାଇ ଆଲୁଅର ଖେଳ ଖେଳଛି..
ଅନନ୍ତ ସେ ନିରାକାର..
ଚାହିଁଲେ ଦୁନିଆ ଆଲୋକିତ ଭୁ..
ଇଚ୍ଛାରେ ତାର ଅନ୍ଧାର !!
ଦୁଃଖ ରୁ ଚାଖିବା ସୁଖର ସ୍ୱାଦ..
ସେତ ଅତି ସୁମଧୁର..
ରାତି ପରେ ଦିନ ଆପଦ ବିପଦ..
କାଳିଆ ହାତରେ ଡୋର !!
ଅଧା ଛାଇ ଅଧା ଆଲୁଅ ଧରା..
ଭଲର ମନ୍ଦର ଲେଖା..
ବିପଦରେ ଯେ ମିଳଇ ସତ୍ଵର..
ସିଏତ ଅସିଲି ସଖା !!
ଅର୍ଦ୍ଧନାରୀଶ୍ୱର ମୂରତି ତୁମର...
ଦୁଇଗୋଟି କଥା କହି..
ତୁମେ ଶ୍ୟାମ ଆଉ ତୁମେହିଁ ଶ୍ୟାମା..
ଦ୍ୱିତୀୟ ନାଇଁ ଟି କେହି !!
ମୋର ମୋର କହି ଯାହା କହୁଛୁ..
ସାଥିରେ ଯିବେନି ତୋର...
ମୋହ,ମାୟାରେ ତୁ ଘାଣ୍ଟି ହେଉଛୁ..
ମିଛ ମାୟାର ସଂସାର !!
ଛାଇ ଆଲୁଅର ପାଠ ସେ ପଢାଏ..
ସେ ମହାଜ୍ଞାନୀ ଓଁକାର..
କର୍ମ ମୋହର ନିଜ ଗୁରୁ ଧରାରେ..
ଆଉ ସବୁ କାମ ଛାର !!
ଆଲୁଅ ରେ ଖୁସି ହୁଅନା ପାଗଳା..
ଅନ୍ଧାରେ ନହୁଅ ଦୁଃଖୀ..
ସତ୍ କର୍ମ କେବଳ ତୋ ମାପକାଠି..
ଅନ୍ତର୍ଯ୍ୟାମୀ ଏକା ସାକ୍ଷୀ !!
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
ପିନ - 440014
ସୁଖ ଦୁଃଖ ଦୁଇ କୁଳ ମଧ୍ୟରେ ଏ ଜୀବନ ନଈଟି ବହି ଚାଲିଛି ସମୂଦ୍ରର ଅଗାଧ ଜଳରାଶି କୁ ଛୁଇଁ ବା ପାଇଁଁ।ଚାଲୁ ସୁନ୍ଦର ଆଲେଖ୍ୟ ଭାଇ ଧନ୍ୟବାଦ
ReplyDeleteଏଇତ ଜୀବନ ଭାଇ। ଛାଇ ଆଲୁଅର ଖେଳ ଭିତରେ ଆମେ ବି ବଞ୍ଚିବାକୁ ହେବ। ଚମତ୍କାର ଉପସ୍ଥାପନା କରିଛନ୍ତି। ହୃଦୟରୁ ଆନ୍ତରିକ ଧନ୍ୟବାଦ ଆପଣଙ୍କୁ ଭାଇ। ପ୍ରଣାମ। ଜୟ ଜଗନ୍ନାଥ
ReplyDelete