Monday, August 3, 2020

🍡ରାକ୍ଷୀ🍡

କ୍ଷୀରନୀର ଯେହ୍ନେ ଭାଇ

       ଭାଇ ଭଗ୍ନୀ ସ୍ନେହ
       ଅଟଇ ଚିର ଶାଶ୍ବତ,,,,
ଏକ ବିନା ଆନ ନୀର
     ବିନା ମୀନ ଜୀବନ
      ନିଃସଙ୍ଗଦଗ୍ ଧୀଭୂତ,,,
ରାକ୍ଷୀନୁହେଁ ସେତ
     ଡୋରଟିଏ
      ବନ୍ଧନ ଯୁଗଯୁଗର,,,
ପ୍ରତିଶ୍ରୁତି ଏକ
     ନିରବପ୍ରତ୍ୟୟ ଭରା
     ମଧୁର ଆବେଗ ର,,,
ବଜ୍ର ପରି ଭାଇ
    ହୁଅ ତୁମେଟାଣ
ରକ୍ଷାକର ଭଉଣୀ କୁ,,
ମହାନ ଅଟଇ
   ଆମ ଏ ସଂସ୍କୃତି
    ଶିକ୍ଷା ଦିଏସାରା ବିଶ୍ବକୁ,,,,
ସ୍ନେହ,ଶ୍ରଦ୍ଧା,ଦୟା
     ପରୋପକାର
    ନିଃସ୍ବାର୍ଥ ମାନବତା,,,
ରକ୍ଷାବନ୍ଧନ ପର୍ବ
    ନୁହଇ,,ଗାଏ ଯେ
       ପ୍ରେମର ଜୟ ଗାଥା,,,,
ପବିତ୍ରପ୍ରେମ ଏ
     ଧରା ବକ୍ଷେ ଉଭା
       ରକ୍ଷା ସୂତ୍ରରବନ୍ଧନ,,,,
ଶ୍ରାବଣ ପୂର୍ଣିମା
     ନୁହେଁ ଏକ ଦିନ
ଭାଇ ଭଗ୍ନୀ ସ୍ନେହ ଚିରଦିନ,,,
ହେ ଜଗତନାଥ
    ପ୍ରଭୁ ଦୟାମୟ
ଭାଇ ଆୟୁ ହେଉ
     ଚିର ଅମ୍ଲାନ,, ,,,
ଆହେ ଦୁଃଖହାରୀ
    ଶୁଣମୋ ଗୁହାରୀ
ବାନ୍ଧିଲି ରାକ୍ଷୀମୋ ରଖିବମାନ

ରଂଜିତା ପତି
ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy