ଠିକ୍ ଏମିତି ଏକ ଦିନେ
ତୁମେ ଆସିଥିଲ ବୈକୁଣ୍ଠ ଛାଡି
ନା ତ ତୁମେ ସର୍ବଘଟେ,
ସଚାରାଚରେ ,ସବୁଠାରେ ?
ସେଦିନ କାହିଁକି ମେଘଭର୍ତ୍ତି ଆକାଶ
ଝଡ ତୋଫାନରେ
ଭରାକ୍ରାନ୍ତ ପୃଥିବୀ
ବିଜୁଳି ,ଘଡଘଡି ଚମକ
ଯମୁନା ନଈରେ ନଈଏ ପାଣି
ଯେମିତି ସେମାନେ ଚାହିଁ ରହିଲେ
କିଛି ବି ପଥରୋଧ କରି ପାରିଲେନି
ସବୁ ଅଧିକାର
ତୁମକୁ ସମର୍ପଣ କରିଦେଲେ
କାଙ୍ଗାଳ ହୋଇ
ତୁମେ ହେଲ ସମ୍ରାଟ
ଡରିଲେ ରାକ୍ଷସ,ଶିଶୁହନ୍ତା ।
ସକାଳୁ ପୃଥିବୀ ପରିବର୍ତ୍ତନ ଦିଶିଲା
ଯୁଦ୍ଧ ପରର ଶାନ୍ତ ପରିବେଶ
ସମସ୍ତେ ସ୍ୱାଧୀନ ଭାବେ
କର୍ମ କ୍ଷେତକୁ ଗଲେ
ଭୁଲି ଯାଇଥିବା ବଞ୍ଚିବାରେ
ଆପେ ଆପେ ପ୍ରାଣ ପଶି ଆସିଲା
ପାଶୋରି ଦେଲେ ରାକ୍ଷସ ପୁରୀର
ବିକଟାଳ ହସ ।
ବାରମ୍ବାର ମାରିବାକୁ ଆସିଲେ
ମରି ଚାଲିଥିଲେ ସେମାନେ
ତମର କଣ ହେଲା କେଜାଣି ?
କୋଇଲି ଜାତି ପରି
ଫେରି ଗଲ ନିଜନୀଡେ
ଗୋପାଙ୍ଗନା ସନ୍ୟାସୀ ପାଇଲେ କି
ଯୁଗ ଯୁଗର ମୂଲ ?
ଘର ସଂସାର ତାଙ୍କର ନଥିଲା
ନିଜ ଜୀବନ ବି
ଅବଶ୍ୟ ମରିବା ବି ତାଙ୍କର ନଥିଲା
ଶୂନ୍ୟ ସ୍ଥାନ କରି
ମରିବା ଅଧିକାର ବି ନେଇ ଗଲ ।
ଅର୍ଜୁନ ପ୍ରଶ୍ନର ତୁମେ ହିଁ ଉତ୍ତର
ତୁମେ ଜୀବିତ, ତୁମେ ମୃତ
ରୂପ ତ ଅନେକ
ଅପ୍ରାକୃତିକ ପ୍ରେମ ମୂର୍ତ୍ତି
ଗୋପାଙ୍ଗନା ପାଖେ ।
ଅବ୍ୟକ୍ତ ଲୀଳା ମାୟା ସଂସାରେ
ଭକ୍ତ ମନୋହାରୀ
ପ୍ରେମ ପୂଜାରୀ ।
ସତରେ ମହାଭାରତେ ଅର୍ଜୁନଙ୍କୁ
ଦେଇ ଥିବା କଥା
'କରି କରାଉ ଥାଏ ମୁହିଁ '
ସବୁ ଯାତ୍ରା ବନ୍ଦ
ତୁମ ଯାତ୍ରା ହେଉଛି ଜଗତେ
ମରୁଛ ତମେ ମାରୁଛ ବି ତମେ
ତୁମ ବିନା କାହାର ଅଧିକାର ଅଛି।
ତୁମେ ସର୍ବ ଶକ୍ତିଶାଳୀ
ପୂର୍ଣ୍ଣ ବ୍ରହ୍ମ ମୁରାରୀ
ହେ ବଂଶୀଧାରୀ ।।
ଡ.ଗୁରୁ ମୂର୍ତ୍ତି ନାୟକ
ଅଧ୍ୟାପକ
ଭଂଜନଗର, ଗଂଜାମ
ତୁମେ ଆସିଥିଲ ବୈକୁଣ୍ଠ ଛାଡି
ନା ତ ତୁମେ ସର୍ବଘଟେ,
ସଚାରାଚରେ ,ସବୁଠାରେ ?
ସେଦିନ କାହିଁକି ମେଘଭର୍ତ୍ତି ଆକାଶ
ଝଡ ତୋଫାନରେ
ଭରାକ୍ରାନ୍ତ ପୃଥିବୀ
ବିଜୁଳି ,ଘଡଘଡି ଚମକ
ଯମୁନା ନଈରେ ନଈଏ ପାଣି
ଯେମିତି ସେମାନେ ଚାହିଁ ରହିଲେ
କିଛି ବି ପଥରୋଧ କରି ପାରିଲେନି
ସବୁ ଅଧିକାର
ତୁମକୁ ସମର୍ପଣ କରିଦେଲେ
କାଙ୍ଗାଳ ହୋଇ
ତୁମେ ହେଲ ସମ୍ରାଟ
ଡରିଲେ ରାକ୍ଷସ,ଶିଶୁହନ୍ତା ।
ସକାଳୁ ପୃଥିବୀ ପରିବର୍ତ୍ତନ ଦିଶିଲା
ଯୁଦ୍ଧ ପରର ଶାନ୍ତ ପରିବେଶ
ସମସ୍ତେ ସ୍ୱାଧୀନ ଭାବେ
କର୍ମ କ୍ଷେତକୁ ଗଲେ
ଭୁଲି ଯାଇଥିବା ବଞ୍ଚିବାରେ
ଆପେ ଆପେ ପ୍ରାଣ ପଶି ଆସିଲା
ପାଶୋରି ଦେଲେ ରାକ୍ଷସ ପୁରୀର
ବିକଟାଳ ହସ ।
ବାରମ୍ବାର ମାରିବାକୁ ଆସିଲେ
ମରି ଚାଲିଥିଲେ ସେମାନେ
ତମର କଣ ହେଲା କେଜାଣି ?
କୋଇଲି ଜାତି ପରି
ଫେରି ଗଲ ନିଜନୀଡେ
ଗୋପାଙ୍ଗନା ସନ୍ୟାସୀ ପାଇଲେ କି
ଯୁଗ ଯୁଗର ମୂଲ ?
ଘର ସଂସାର ତାଙ୍କର ନଥିଲା
ନିଜ ଜୀବନ ବି
ଅବଶ୍ୟ ମରିବା ବି ତାଙ୍କର ନଥିଲା
ଶୂନ୍ୟ ସ୍ଥାନ କରି
ମରିବା ଅଧିକାର ବି ନେଇ ଗଲ ।
ଅର୍ଜୁନ ପ୍ରଶ୍ନର ତୁମେ ହିଁ ଉତ୍ତର
ତୁମେ ଜୀବିତ, ତୁମେ ମୃତ
ରୂପ ତ ଅନେକ
ଅପ୍ରାକୃତିକ ପ୍ରେମ ମୂର୍ତ୍ତି
ଗୋପାଙ୍ଗନା ପାଖେ ।
ଅବ୍ୟକ୍ତ ଲୀଳା ମାୟା ସଂସାରେ
ଭକ୍ତ ମନୋହାରୀ
ପ୍ରେମ ପୂଜାରୀ ।
ସତରେ ମହାଭାରତେ ଅର୍ଜୁନଙ୍କୁ
ଦେଇ ଥିବା କଥା
'କରି କରାଉ ଥାଏ ମୁହିଁ '
ସବୁ ଯାତ୍ରା ବନ୍ଦ
ତୁମ ଯାତ୍ରା ହେଉଛି ଜଗତେ
ମରୁଛ ତମେ ମାରୁଛ ବି ତମେ
ତୁମ ବିନା କାହାର ଅଧିକାର ଅଛି।
ତୁମେ ସର୍ବ ଶକ୍ତିଶାଳୀ
ପୂର୍ଣ୍ଣ ବ୍ରହ୍ମ ମୁରାରୀ
ହେ ବଂଶୀଧାରୀ ।।
ଡ.ଗୁରୁ ମୂର୍ତ୍ତି ନାୟକ
ଅଧ୍ୟାପକ
ଭଂଜନଗର, ଗଂଜାମ

No comments:
Post a Comment