କଂସ ଅତ୍ୟାଚାରେ ଦ୍ଵାପର ଯୁଗରେ
ପ୍ରକମ୍ପିତ ହେଲା ମହୀ
ସକଳ ପ୍ରାଣୀଏ ଉର୍ଦ୍ଧମୁଖ ହୋଇ
ଡ଼ାକଦେଲେ ତ୍ରାହି ତ୍ରାହି
ସର୍ବଡ଼ାକ ଶୁଣି ପ୍ରଭୁ ଚକ୍ରପାଣି
ଜନ୍ମିଲ ଦେବକୀ କୋଳେ
ଭାଦ୍ରବ ମାସ ର ଅଷ୍ଟମୀ ତିଥିରେ
କଂସ ରାଜ ବନ୍ଧୀଶାଳେ
ପିତା ବାସୁଦେବ ଅନ୍ଧାର ରାତ୍ରରେ
ଛାଡିଲେ ନନ୍ଦ ଭୁବନେ
କେତେ ନୀଳାଖେଳା କରିଥିଲ ପ୍ରଭୁ
ଗୋପପୁରରେ ଗୋପନେ
ପିନ୍ଧି ପିତାମ୍ବରୀ ବକ୍ଷଦେଶେ ମାଳି
ମସ୍ତକ ରେ ଶିଖିଚୂଳ
ବଂଶୀ ସ୍ଵନ ତୁମ ଶୁଣିବା ମାତ୍ରକେ
ଗୋପି ହୃଦୟେ ଚହଳ
କଂସର ପ୍ରେରିତ ଅସୁର ମାନଙ୍କୁ
ବିନାଶିଲ ସେହି ଘଡି
ତୁମ୍ଭ ରୂପ ଦେଖି ମାମୁଁ କଂସାସୁର
ପ୍ରାଣ ଗଲା ଆପେ ଛାଡି
ଏ କଳି ଯୁଗର ଦୁଃଖ ନାଶିବାକୁ
ଆସ ପୁଣି ଅବତରି
ତୁମ୍ଭ ପାଦତଳେ ମୁହିଁ ଅରକ୍ଷିତା
କରେ ଏତିକି ଗୁହାରୀ
ସୁକୃତୀ ମହାପାତ୍ର (ଲକି)
ପାଟପୁର, ବାଙ୍କୀ, କଟକ
ପ୍ରକମ୍ପିତ ହେଲା ମହୀ
ସକଳ ପ୍ରାଣୀଏ ଉର୍ଦ୍ଧମୁଖ ହୋଇ
ଡ଼ାକଦେଲେ ତ୍ରାହି ତ୍ରାହି
ସର୍ବଡ଼ାକ ଶୁଣି ପ୍ରଭୁ ଚକ୍ରପାଣି
ଜନ୍ମିଲ ଦେବକୀ କୋଳେ
ଭାଦ୍ରବ ମାସ ର ଅଷ୍ଟମୀ ତିଥିରେ
କଂସ ରାଜ ବନ୍ଧୀଶାଳେ
ପିତା ବାସୁଦେବ ଅନ୍ଧାର ରାତ୍ରରେ
ଛାଡିଲେ ନନ୍ଦ ଭୁବନେ
କେତେ ନୀଳାଖେଳା କରିଥିଲ ପ୍ରଭୁ
ଗୋପପୁରରେ ଗୋପନେ
ପିନ୍ଧି ପିତାମ୍ବରୀ ବକ୍ଷଦେଶେ ମାଳି
ମସ୍ତକ ରେ ଶିଖିଚୂଳ
ବଂଶୀ ସ୍ଵନ ତୁମ ଶୁଣିବା ମାତ୍ରକେ
ଗୋପି ହୃଦୟେ ଚହଳ
କଂସର ପ୍ରେରିତ ଅସୁର ମାନଙ୍କୁ
ବିନାଶିଲ ସେହି ଘଡି
ତୁମ୍ଭ ରୂପ ଦେଖି ମାମୁଁ କଂସାସୁର
ପ୍ରାଣ ଗଲା ଆପେ ଛାଡି
ଏ କଳି ଯୁଗର ଦୁଃଖ ନାଶିବାକୁ
ଆସ ପୁଣି ଅବତରି
ତୁମ୍ଭ ପାଦତଳେ ମୁହିଁ ଅରକ୍ଷିତା
କରେ ଏତିକି ଗୁହାରୀ
ସୁକୃତୀ ମହାପାତ୍ର (ଲକି)
ପାଟପୁର, ବାଙ୍କୀ, କଟକ

No comments:
Post a Comment