Tuesday, August 4, 2020

ମହିୟସୀ ମହିଳା ସ୍ଵର୍ଗୀୟା ନନ୍ଦିନୀ ଶତପଥୀଙ୍କ ତିରୋଧାନ ଦିବସ ଅବସରରେ

ଉତ୍କଳ ପ୍ରଥମ ମହିଳା ରୂପରେ
    ଲଭି ମୁଖ୍ୟ ମନ୍ତ୍ରୀ ପଦ
ତୁମେ ହେ ! ନନ୍ଦିନୀ ଆଦ୍ୟ ବନ୍ଦନୀୟା ସୃଷ୍ଟି ତୁମ ଅନବଦ୍ୟ।
ଉଣେଇଶ ଏକତିରିଶି ମସିହାର
  ଜୁନ୍ ତାରିଖ ନଅ
କାଳିନ୍ଦୀ ଔରସୁ ଜନ୍ମ ଲଭିଥିଲ
     ଛୁଟାଇ ଗାଥାର ସୁଅ।
ମାତା ରତ୍ନମଣି କୋଳେ ବଢିଥିଲ
    ଶ୍ରଦ୍ଧାର ସୁମନ ‌ହୋଇ
ନିଜ ପ୍ରତିଭାର ସୁଗୁଣ ମହକେ
    ଦେଲ ମାଟି ମହକାଇ।
ଶୈଶବର ସେହି ‌ସ୍ଵାଭିମାନୀ ଆଉ
    ସ୍ଵାଧୀନ ଚେତନାର ଭାବ
ପରବର୍ତ୍ତୀ କାଳରେ ରାଜନୀତି କ୍ଷେତ୍ରେ ପକାଇଥିଲା ପ୍ରଭାବ।
କୈଶୋରେ କକେଇ ଭଗବତୀ ଙ୍କର
     ସାମ୍ୟ ବାଦୀ ଚିନ୍ତା ଧାରା
ପ୍ରଭାବିତ ପଥେ ଅଦ୍ୟାବଧି ନାମ
       ଘୋଷଇ ଓଡ଼ିଶା ସାରା।
କେବଳ ନଥିଲ କନ୍ୟାଟିଏ ତୁମେ
   ପିତାଙ୍କ ଶ୍ରେଷ୍ଠ ଦାୟାଦ
  କବିତ୍ଵ ପଣକୁ କରି ଆହରଣ
      କରିଥିଲେ ଲକ୍ଷ୍ୟ ଭେଦ।
ଥିଲା ଏକାଧା୍ରେ ସୁଶାସିକା ପୁଣି
    ଧରି ଲେଖନୀର ମଙ୍ଗ
ରଚିଯାଇଅଛ ଅନୁବାଦ ଗଳ୍ପ
   ଦେଇ ନାନା ନାନା ରୂପ ରଙ୍ଗ।
ସୁନା ହଜିଗଲା ଉତ୍ତର ପୁରୁଷ
     ଅନୁବାଦ ଲଜ୍ଜା କୃତି
 ଘୋଷୁଥିବ ସଦା ଏହି ଉତ୍କଳ
    ନାରୀର ମହାନ୍ କୀର୍ତ୍ତି।
ଅମୃତା ପ୍ରୀତମ୍ ଙ୍କ ରେଭିନଯୁ ଟିକଟ
      ଅନୁସୃଜନର ରୂପ
ଆଣିଲା ସଫଳ ଅନୁବାଦ କ୍ଷେତ୍ରେ
  କେନ୍ଦ୍ର ସାହିତ୍ୟ ଏକାଡେମୀ
ପୁରସ୍କାର ହେଲ ପ୍ରାପ୍ତ।
ଆଜିର ଦିନରେ ଚାଲିଗଲ ତୁମେ
    ରଖି ମହାପରିଚୟ
ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ ନାମେ
   ଗାଏ ଉତ୍କଳ ଜୟ।
ସେ ଅମରଧାମୁ ଦିଅ ଆଶୀର୍ବାଦ
    ଉତ୍କଳ ନାରୀଙ୍କୁ ତଥା
ଏହି ଓଡ଼ିଶାରେ ତୁମ ସମ ନାରୀ
     ମହୀୟସୀ ହୁଅନ୍ତୁ ଯଥା।

ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy