Tuesday, August 4, 2020

*ପ୍ରବାସୀ ଶ୍ରମିକ କଣ ମାଆ*

ଏ ଟାଣ ଖରାକୁ ପେଟ ମୋ ଭୋକିଲା,
କେତେ ମୁଁ ସହିବି ମୋ ପେଟର  ଜ୍ୱଳା ।
ଦିଅ କିଛି ଖାଦ୍ୟ ପେଟକୁ ମୋହର,
ଚାଲିବା   ରାସ୍ତା ଆମେ ଅନେକ ଯେ ଦୂର ।।

ମାଆ ମୁଁ ଆଉ ରାସ୍ତା ଚାଲି ନପାରଇ,
ମୋ ପାଖରେ ଚାଲିବାର ଶକ୍ତି ଆଉ ନାହିଁ ।
ଦୁଇଦିନ ହେଲା ମୁଁ ତ ଖାଦ୍ୟ ଖାଇ ନାହିଁ,
ଚାଲିବାର ବଳ ମୋର ଆସିବ ଲୋ କାହିଁ ।।

ଖାଇବାକୁ ଦିଅ ମାଆ ନ କରହେ ମଠ ,
ମନବଳ ଭାଙ୍ଗି ଯାଏ ଚାଳିବାକୁ ବାଟ ।
ମାଆ ତୁ କଣ କହୁଁ  ଆମେ ଗୋଟେ ପ୍ରବାସୀ ଶ୍ରମିକ,
ଆମ ଜୀବନରେ ଲେଖା ଅଛି ଦୁଃଖ ଖାଲି ଦୁଃଖ  ।।

ପ୍ରବାସୀ ଶ୍ରମିକ କଣ ମାଆ ମୁଁ ତ ଜାଣିନାହିଁ ,
ଆମେ ପରା ଯାଇଥିଲେ ଖାଦ୍ୟ ଅନ୍ମେଷଣ  ପାଇଁ ।
ଆସିଲା ବେଳେ ଆଣିଥିଲୁ ଗାଡ଼ିରେ ବସାଇ,
ଏବେ କିମ୍ପା ନେଉ ତୁହିଁ ଚଲାଇ ଚଲାଇ ।।

ତୁମ ସଙ୍ଗେ କେବେ ଆଉ ମୁଁ ନଆସିବି,
ଗାଁ ରେ ରହି ମୁଁ ଏଥର ପାଠ ଯେ ପଢିବି  ।
ପାଠ ପଢି ମୁଁ ଦିନେ ବଡ ଚାକିରୀ କରିବି,
ତୋର ଦୁଃଖ କଷ୍ଟକୁ ସବୁ ଲୋ ଦୂର କରିଦେବି ।।

ପ୍ରବାସୀ ଶ୍ରମିକ କହି ତୁମକୁ କେହି ଆଉ ଥଟା ନକରିବେ ,
ମୁଁ ଚାକିରୀ କଲେ ଯାଇ ବାପା ଯେ ମୁକତି ପାଇବେ ।
ଦୁଃଖର ଦିନ ମାଆ ଆମର ସବୁ ଦିନ ନଥିବ ,
ସୁଖର  ଦିନ ଆମ ପାଇଁ ନିଶ୍ଚୟ ଆସିବ ।।

ମାଆ ଭୋକରେ ଚାଲିବା କଷ୍ଟ ତୁକି ଜାଣି ନାହୁଁ ,
ହେଉଛି କେତେ ଯାତନା ତୁକି ବୁଝି ନାହୁଁ ।
ମାଆ ମୋତେ କାଖ କର ରାସ୍ତା ଆଉ ଚାଲି ନପାରିବି,
ନହେଲେ ଏ ରାସ୍ତାରେ ପଡି ମୁଁ ଯେ ଜୀବନ ହାରିବି ।।

ଶ୍ରୀ ସୁଦାମ ଦଳବରା
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy