ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଅପେକ୍ଷାକୃତ ଯୁବ ସହିଦଙ୍କ ମଧ୍ୟରେ ଖୁଦୀରାମ ବସୁ (ଜନ୍ମ: ୩ ଡିସେମ୍ବର୍ ୧୮୮୯; ମୃତ୍ୟୁ: ୧୧ ଅଗଷ୍ଟ୍) ବା ବୋସ ଅନ୍ୟତମ। ମାତ୍ର ଅଠର ବର୍ଷ ସାତ ମାସ ଏଗାର ଦିନ ବୟସରେ ତାଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଯାଇଥିଲା। ମେଦିନୀପୁର ବା ମିଦନାପୁର ଅନ୍ତର୍ଗତ ଏକ ଛୋଟିଆ ଗଁାରେ ସେ ଜନ୍ମ ହୋଇଥିଲେ। ୧୯୦୨-୦୩ରେ ଶ୍ରୀ ଅରବିନ୍ଦ ଓ ଭଗିନୀ ନିବେଦିତା ମେଦିନୀପୁର ଅଞ୍ଚଳରେ ବ୍ୟାପକ ଗସ୍ତ କରି, ଆଲୋଚନା ଏବ˚ ଜ୍ବାଳାମୟୀ ଭାଷଣ ଦ୍ବାରା ବ୍ରିଟିସ୍ ସରକାର ବିରୋଧରେ ସଶସ୍ତ୍ର ସ˚ଗ୍ରାମ ପାଇଁ ବିପ୍ଳବୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ଛାତ୍ର ଖୁଦୀରାମ ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ନିଜର ଶିକ୍ଷକ ତଥା ଶ୍ରୀ ଅରବିନ୍ଦଙ୍କ ସହଯୋଗୀ ବିପ୍ଳବୀ ହେମଚନ୍ଦ୍ର କାନୁନଗୋଙ୍କୁ ରିଭଲ୍ଭର୍ଟିଏ ମାଗିଥିଲେ। ଷୋହଳ ବର୍ଷ ବୟସରେ ସେ ବୋମା ବିସ୍ଫୋରଣ ଘଟାଇ ଏକାଧିକ ଥାନା ଓ ସରକାରୀ କାର୍ଯ୍ୟାଳୟ ଉଡ଼ାଇବାରେ ସଫଳ ହୋଇଥିଲେ। କିଛି ଦିନ ଏ ପରି ଚାଲିବା ପରେ ମୁଜଫ୍ଫରପୁରର କିଙ୍ଗ୍ସଫୋର୍ଡ୍ ସାହେବଙ୍କୁ ହତ୍ୟା କରିବା ଦାୟିତ୍ବ ତାଙ୍କୁ ଦିଆଯାଇଥିଲା। ବନ୍ଧୁ ବିପ୍ଳବୀ ପ୍ରଫୁଲ୍ଲ ଚାକୀଙ୍କ ସହ ମୁଜଫ୍ଫରପୁରରେ ପହଞ୍ଚି ଦୁହେଁ ଯୋଜନା ଆରମ୍ଭ କରିଥିଲେ। କିଙ୍ଗ୍ସଫୋର୍ଡ୍ ସାହେବ ପ୍ରତି ଦିନ କେଉଁ ସମୟରେ କେଉଁ ଆଡ଼େ ଯାଆନ୍ତି, କେତେ ବେଳେ ଫେରନ୍ତି ଇତ୍ୟାଦି ଭଲ ଭାବେ ଅନୁଧୢାନ କଲା ପରେ, ସନ୍ଧ୍ୟା ବେଳେ ଇଉରୋପିଆନ୍ କ୍ଲବ୍ ନିକଟରେ ତାଙ୍କୁ ଉଡ଼ାଇବା ପାଇଁ ସ୍ଥିର ହୋଇଥିଲା। ବୋମା ବିସ୍ଫୋରଣ ଦ୍ବାରା କିଙ୍ଗ୍ସଫୋର୍ଡ୍ଙ୍କ ଘୋଡ଼ାଗାଡ଼ିକୁ ସେମାନେ ଧ୍ବ˚ସ କରିଦେଇଥିଲେ ସତ, ସେଥିରେ ଗୋରା ସାହେବ ନ ଥିଲେ। ସେ ଦିନ ଗାଡ଼ିରେ ବସିଥିବା, କିଙ୍ଗ୍ସଫୋର୍ଡ୍ଙ୍କ ବନ୍ଧୁ-ପତ୍ନୀ ଶ୍ରୀମତୀ କେନେଡି ଓ ତାଙ୍କ କନ୍ୟାଙ୍କ ଜୀବନ ଯାଇଥିଲା। ଖୁଦୀରାମ ଓ ପ୍ରଫୁଲ୍ଲ ଭିନ୍ନ ଭିନ୍ନ ରାସ୍ତା ଦେଇ ପଳାୟନ କରିଥିଲେ। ପ୍ରାୟ ପଚିଶ ମାଇଲ୍ ପାଦରେ ଚାଲିଚାଲି ଖୁଦୀରାମ ଏକ ରେଳ ଷ୍ଟେସନ୍ରେ ପହଞ୍ଚିଥିଲେ। ସେଠାରେ ସନ୍ଦେହରେ ଦୁଇ ଜଣ ପୁଲିସ୍ କନ୍ଷ୍ଟେବଲ୍ ତାଙ୍କୁ ମାଡ଼ିବସିଥିଲେ। ତାଙ୍କ ଥଳିରୁ ଦୁଇଟି ରିଭଲ୍ଭର୍, ସତତିରିଶ ରାଉଣ୍ତ୍ ଗୁଳି ଆଦି ବାହାରିବାରୁ ଜେରା ପାଇଁ ଥାନାକୁ ନିଆଯାଇଥିଲା। ବହୁ ନିର୍ଯାତନା ସତ୍ତ୍ବେ ସେ ସାଥୀମାନଙ୍କ ପରିଚୟ ଦେଇ ନ ଥିଲେ। ୩୦ ଏପ୍ରିଲ୍ ୧୯୦୮ରେ ମୁଜଫ୍ଫରପୁର ବିସ୍ଫୋରଣ ଘଟିଥିଲା। ୧ ମେରେ ଖୁଦୀରାମଙ୍କୁ ଗିରଫ କରାଯାଇଥିଲା। ବିଚାର ପରେ ୧୯୦୮ ଅଗଷ୍ଟ୍ ୧୧ରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ତାଙ୍କ ବନ୍ଧୁ ପ୍ରଫୁଲ୍ଲ ମଧ୍ୟ ପୁଲିସ୍ ହାତରେ ଧରାପଡ଼ିଥିଲେ। ତେବେ, ସେ ବନ୍ଦୀ ହେବା ଅପେକ୍ଷା ଆତ୍ମହତ୍ୟାକୁ ଶ୍ରେୟସ୍କର ମନେକରି ନିଜକୁ ଗୁଳି କରିଥିଲେ।
No comments:
Post a Comment