ପବିତ୍ର ଜନ୍ମାଷ୍ଟମୀର ଶୁଭେଚ୍ଛା
ଆସ ଅବତରି , ହେ କୃଷ୍ଣ ମୂରାରୀ ,
ଖୋଜେ ଏହି ଧରା ଧାମ ,
ଦେଖ ନେତ୍ର ଭରି, ଆହେ ନରହରି
ଧରା ଆଜି ନର୍କ ସମ I
ଅଗଣିତ କଂସ, ନିଷ୍ଠୁର ନୃଶଂସ
ନର ରୂପୀ ଦୈତ୍ୟ ଗଣ,
ଆସନ ଲାଳସେ, ଯୁବକ ବୟସେ
ପିତାଙ୍କୁ ଦିଏ କଷଣ I
ଭଉଣୀର ଅରି, ଭାଇର ଭଗାରି
ସମ୍ପର୍କ ଲାଗେ ବିଷମ,
ଆସ ଅବତରି, ହେ କୃଷ୍ଣ ମୂରାରୀ
ଖୋଜେ ଏହି ଧରା ଧାମ I
ଦୁର୍ଯ୍ୟୋଧନ ତୃଷ୍ଣା ,ବିବସନା କୃଷ୍ଣା
ଦୁଃଶାସନ ଶକ୍ତିଶାଳୀ,
ଧୈର୍ଯ୍ୟହରା ରାଧା,ପ୍ରେମେ ପଡ଼େ ବନ୍ଧା
ଅଦିନେ ପଡ଼ଇ ବଳି I
ଭୋକିଲା ପେଟରେ, ବଜାର ହାଟରେ
ଦେବକୀ ତ ପୁତ୍ର ବିକେ,
ବସୁଦେବ କାନ୍ଦେ ,ପତ୍ନୀ ଶବ କାନ୍ଧେ ,
ଦାନ ମାଝୀ ଚାଲେ ଶୋକେ I
ଯଶୋଦାର ସ୍ନେହେ ,ନନ୍ଦ ବାବା ଲୁହେ
ଧୌତ ହୁଏ ବୃଦ୍ଧାଶ୍ରମ ,
ଦେଖ ନେତ୍ର ଭରି, ଆହେ ନରହରି
ଧରା ଆଜି ନର୍କ ସମ I
ପାର୍ଥ ଦିଗ ହରା, ଖୋଜୁଛି ସାହାରା
କୁରୁକ୍ଷେତ୍ରେ କୃପାସିନ୍ଧୁ,
ମାଗଇ ଶିଶିର, ଚରଣେ ତୋହର
ଶରଣ ହେ ଦୀନବନ୍ଧୁ II
ଶିଶିର କୁମାର ସ୍ଵାଇଁ
ଗାଙ୍ଗପୁର
ଆସ ଅବତରି , ହେ କୃଷ୍ଣ ମୂରାରୀ ,
ଖୋଜେ ଏହି ଧରା ଧାମ ,
ଦେଖ ନେତ୍ର ଭରି, ଆହେ ନରହରି
ଧରା ଆଜି ନର୍କ ସମ I
ଅଗଣିତ କଂସ, ନିଷ୍ଠୁର ନୃଶଂସ
ନର ରୂପୀ ଦୈତ୍ୟ ଗଣ,
ଆସନ ଲାଳସେ, ଯୁବକ ବୟସେ
ପିତାଙ୍କୁ ଦିଏ କଷଣ I
ଭଉଣୀର ଅରି, ଭାଇର ଭଗାରି
ସମ୍ପର୍କ ଲାଗେ ବିଷମ,
ଆସ ଅବତରି, ହେ କୃଷ୍ଣ ମୂରାରୀ
ଖୋଜେ ଏହି ଧରା ଧାମ I
ଦୁର୍ଯ୍ୟୋଧନ ତୃଷ୍ଣା ,ବିବସନା କୃଷ୍ଣା
ଦୁଃଶାସନ ଶକ୍ତିଶାଳୀ,
ଧୈର୍ଯ୍ୟହରା ରାଧା,ପ୍ରେମେ ପଡ଼େ ବନ୍ଧା
ଅଦିନେ ପଡ଼ଇ ବଳି I
ଭୋକିଲା ପେଟରେ, ବଜାର ହାଟରେ
ଦେବକୀ ତ ପୁତ୍ର ବିକେ,
ବସୁଦେବ କାନ୍ଦେ ,ପତ୍ନୀ ଶବ କାନ୍ଧେ ,
ଦାନ ମାଝୀ ଚାଲେ ଶୋକେ I
ଯଶୋଦାର ସ୍ନେହେ ,ନନ୍ଦ ବାବା ଲୁହେ
ଧୌତ ହୁଏ ବୃଦ୍ଧାଶ୍ରମ ,
ଦେଖ ନେତ୍ର ଭରି, ଆହେ ନରହରି
ଧରା ଆଜି ନର୍କ ସମ I
ପାର୍ଥ ଦିଗ ହରା, ଖୋଜୁଛି ସାହାରା
କୁରୁକ୍ଷେତ୍ରେ କୃପାସିନ୍ଧୁ,
ମାଗଇ ଶିଶିର, ଚରଣେ ତୋହର
ଶରଣ ହେ ଦୀନବନ୍ଧୁ II
ଶିଶିର କୁମାର ସ୍ଵାଇଁ
ଗାଙ୍ଗପୁର

No comments:
Post a Comment