ଉତ୍କଳୀୟଙ୍କର ଗର୍ବର ପ୍ରତୀକ
ନୀଳାଚଳେ ଜଗନ୍ନାଥ
ବିଶ୍ୱ ନିୟନ୍ତା ହେ ସୃଷ୍ଟିର ଆଧାର
ତୁମେ ପରା ଆଦି ଅନ୍ତ l
ନୀଳାଚଳ ଧାମେ ବସିଛ ଦେଉଳେ
ପତିତପାବନ ହୋଇ
ପତିତ ମାନଙ୍କୁ ଉଦ୍ଧାର କରୁଛ
ଜଗନ୍ନାଥ ନାମ ବହି l
ତୁମର ରୂପ ଦେଖେ ମୋ ନୟନ
ଯାହା ମଣିଷ ଗଢ଼ିଛି
ଭାବ ବୁଝିବାକୁ ଶକ୍ତି ମୋର ନାହିଁ
ବଡ ଦିଅଁ ଡାକୁଅଛି l
ହୃଦୟେ ତରଙ୍ଗ ଆଲୋଡିତ ହୁଏ
କିଛି ବୁଝି ପାରେ ନାହିଁ
ଜଗନ୍ନାଥ ନାମ ତୁଣ୍ଡରେ ମୋ ଥାଉ
ଆଉ କିଛି ଲୋଡ଼ା ନାହିଁ l
ଭାବ ଜାଣି ନାହିଁ ଭକ୍ତି ଜାଣି ନାହିଁ
ତଥାପି କଳା ବଦନ
ଡାକେ ଦିବା ନିଶି ଦୁଃଖହାରି ବୋଲି
ଦଗା ନ ଦେବୁରେ ଧନ l
ମୋର ମୋର ବୋଲି ସବୁ ମୁଁ କହୁଛି
କିଛି ନୁହେଁପରl ମୋର
ପୁତ୍ର ପରିଜନ କେ ନୁହେଁ ନିଜର
ଆଖି ବୁଜିଲେ ଅନ୍ଧାର l
ଯାହା ମୁଁ କରୁଛି ଯା 'ପାଇଁ କରୁଛି
ସବୁ ଏଠି ରହି ଯିବ
ମର ସଂସାରରେ ପଥ ସଖା ତୁହି
ଜୀବ ମୋର ଚାଲି ଯିବ l
ତୁ ଏକା ନିଜର ଜଗତ ଈଶ୍ୱର
ବୁଦ୍ଧି ଦିଅ ମୋତେ କହି
ତୁମ ନାମ ଜପି ଭବୁ ପାରି ହେବି
ଆଉ କିଛି ଲୋଡ଼ା ନାହିଁ l
ନୟନର ମଣି ତୁ ପଥ ସଙ୍ଖାଳି
ତୋ କରୁଣା ଲୋଡୁ ଥିବି
ଜୀବ ଯିବା ବେଳେ ଦୟାର ସାଗର
ତୋର ଛବି ଦେଖୁ ଥିବି l
ଭାବ ଭକ୍ତି ମୋର ନାହିଁତ ହୃଦୟେ
ପର କରିବୁନି ମୋତେ
ଦୁଃଖୀ ଧନ ମୋର ଅନ୍ଧର ଲଉଡ଼ି
ଆଶ୍ରା କରି ଅଛି ତୋତେ l
-------0-------
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ
ଗାନ୍ଧିନଗର, ନବରଙ୍ଗପୁର
ନୀଳାଚଳେ ଜଗନ୍ନାଥ
ବିଶ୍ୱ ନିୟନ୍ତା ହେ ସୃଷ୍ଟିର ଆଧାର
ତୁମେ ପରା ଆଦି ଅନ୍ତ l
ନୀଳାଚଳ ଧାମେ ବସିଛ ଦେଉଳେ
ପତିତପାବନ ହୋଇ
ପତିତ ମାନଙ୍କୁ ଉଦ୍ଧାର କରୁଛ
ଜଗନ୍ନାଥ ନାମ ବହି l
ତୁମର ରୂପ ଦେଖେ ମୋ ନୟନ
ଯାହା ମଣିଷ ଗଢ଼ିଛି
ଭାବ ବୁଝିବାକୁ ଶକ୍ତି ମୋର ନାହିଁ
ବଡ ଦିଅଁ ଡାକୁଅଛି l
ହୃଦୟେ ତରଙ୍ଗ ଆଲୋଡିତ ହୁଏ
କିଛି ବୁଝି ପାରେ ନାହିଁ
ଜଗନ୍ନାଥ ନାମ ତୁଣ୍ଡରେ ମୋ ଥାଉ
ଆଉ କିଛି ଲୋଡ଼ା ନାହିଁ l
ଭାବ ଜାଣି ନାହିଁ ଭକ୍ତି ଜାଣି ନାହିଁ
ତଥାପି କଳା ବଦନ
ଡାକେ ଦିବା ନିଶି ଦୁଃଖହାରି ବୋଲି
ଦଗା ନ ଦେବୁରେ ଧନ l
ମୋର ମୋର ବୋଲି ସବୁ ମୁଁ କହୁଛି
କିଛି ନୁହେଁପରl ମୋର
ପୁତ୍ର ପରିଜନ କେ ନୁହେଁ ନିଜର
ଆଖି ବୁଜିଲେ ଅନ୍ଧାର l
ଯାହା ମୁଁ କରୁଛି ଯା 'ପାଇଁ କରୁଛି
ସବୁ ଏଠି ରହି ଯିବ
ମର ସଂସାରରେ ପଥ ସଖା ତୁହି
ଜୀବ ମୋର ଚାଲି ଯିବ l
ତୁ ଏକା ନିଜର ଜଗତ ଈଶ୍ୱର
ବୁଦ୍ଧି ଦିଅ ମୋତେ କହି
ତୁମ ନାମ ଜପି ଭବୁ ପାରି ହେବି
ଆଉ କିଛି ଲୋଡ଼ା ନାହିଁ l
ନୟନର ମଣି ତୁ ପଥ ସଙ୍ଖାଳି
ତୋ କରୁଣା ଲୋଡୁ ଥିବି
ଜୀବ ଯିବା ବେଳେ ଦୟାର ସାଗର
ତୋର ଛବି ଦେଖୁ ଥିବି l
ଭାବ ଭକ୍ତି ମୋର ନାହିଁତ ହୃଦୟେ
ପର କରିବୁନି ମୋତେ
ଦୁଃଖୀ ଧନ ମୋର ଅନ୍ଧର ଲଉଡ଼ି
ଆଶ୍ରା କରି ଅଛି ତୋତେ l
-------0-------
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ
ଗାନ୍ଧିନଗର, ନବରଙ୍ଗପୁର
No comments:
Post a Comment