ପ୍ରଭୁ ନାରାୟଣ, ଜଗତ ଜୀବନ
ଯଶୋଦାଙ୍କ ପ୍ରାଣଧନ ।
କରିବେ ଜନମ ଏହି ମର୍ତ୍ତ୍ୟ ଧାମ
ପାପ ହୋଇବ ମୋଚନ ।।
ଯେତକ ଦୁର୍ଜନ କଂସର ଯେସନ
କରିବେ ତାଙ୍କୁ ନିଧନ ।
ନାରୀର ସମ୍ମାନ ହେଉଛି ଲୁଣ୍ଠନ
ନିର୍ଯାତନା ପ୍ରତିଦିନ ।।
ଦେବକୀ ମାତାର ଦୁଃଖ ଦୂର କର
କରୁ ଅଛନ୍ତି ରୋଦନ ।
ଅନ୍ୟୟ ଅନୀତି ଅଥବା ଦୁର୍ନୀତି
ଅତ୍ୟାଚାର ଅପମାନ ।।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ହୋଇବ ନନ୍ଦନ ବନ ।
ଆହେ ଦୟାମୟ ନହୋଇ ନିର୍ଦ୍ଦୟ
ରୋଗ,ଶୋକ ଅବସାନ ।।
କେହି ନରହିବେ ଉପବାସେ କେବେ
ପ୍ରକୃତି ହୋଇବ ଶାନ୍ତ ।
ତୁମରି ସଂସାର ହସୁ ନିରନ୍ତର
ରକ୍ଷାକର ଲକ୍ଷ୍ମୀ କାନ୍ତ ।।
ଅଜିତ କୁମାର ତ୍ରିପାଠୀ(ଶିକ୍ଷକ)
ଗ୍ରାମ/ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧

No comments:
Post a Comment