ଘନ ଅନ୍ଧକାର ବରଷା ବିଜୁଳିର
ଘୋର ଗର୍ଜନ ଛାଇ ଯାଉଥିଲା
ଧରାବୁକେ ...
ସମୟର ପ୍ରତିଟି ପାଖୁଡା
ଅପେକ୍ଷା କରିଥିଲା ଆଦେଶକୁ
ଭୋଦୁଅ ର ରାତି
ପଣତ ମେଲାଇ ଚାହିଁ ରହିଥିଲା
ବନ୍ଦୀଶାଳାରେ ତୁମର
ଆବିର୍ଭାବକୁ ।
ଶୋଇଯାଇଥିଲା ଅହଂକାର ଅହମିକା
ଆଉ ଯେତେ ସବୁ ପାରିବାପଣିଆ
'ମୁଁ 'ର ପଲଙ୍କରେ
ଚିର ଜାଗ୍ରତ ସତ୍ୟ ଧର୍ମ ,ନ୍ୟାୟ ର
ମୁହୂର୍ତ୍ତ ଟା ବାରମ୍ବାର ଚାଂହୁଥିଲା
ତା ' କ୍ଷତାକ୍ତ ପାପୁଲିକୁ...
ତୋଳିନେବାକୁ ପାଦଧୂଳି ପ୍ରଭୁଙ୍କର
ଅନେକ ଡହଳ ବିକଳ
ଆସିଥିଲ ପ୍ରଭୁ ତେଜି ବୈକୁଣ୍ଠ ଭୁବନ
ଅମା ଅନ୍ଧକାର ଘର
ଝଟକିଲା ଦିବ୍ୟ ଜ୍ୟୋତି ରେ
ହେଲେ ଦୁଃଖ ହରୁ ଥିବା ସୁଖ
ଦେଉଥିବା ହେ ଦୀନବାନ୍ଧବ
ଦୀନପରି ରାତାରାତି ଚାଲିଗଲ
ଗୋପବୃନ୍ଦାବନ ... ତୁମେ ତ ଜଗତପତି
ଯେତେ ସବୁ ଝଡଝଞ୍ଜା ତୁମ
ଇଙ୍ଗିତରେ ସୃଷ୍ଟି ଆଉ ବିଲୟ ମଧ୍ୟ ତୁମ
ଆଖି ପଲକରେ
ଏବେ ତ ତୁମ ସୃଷ୍ଟିର ଚାରିଆଡ଼େ
ଗୋଟେ ନୁହେଁ ଅନେକ କଂସ ର ରାଜୁତି
ଆଉ ତୁମେ ନୀରବ
ଆସ ହେ ଶ୍ୟାମଘନ ବଂଶୀଧାରୀ
ତୁମ ଆଗମନେ ଏ ଧରା ଆଜି
ଶିହରିଉଠେ ଏକ ନବଉନ୍ମାଦନାରେ
ଅନ୍ତରେ ଉଦ୍ଭାସିତ ହୋଇଉଠେ
ଉଜ୍ଵଳ ଜ୍ୟୋତିର ପ୍ରକାଶ
ଗଗନ ପବନ ପ୍ରକମ୍ପିତ ଦିବ୍ୟ ଚେତନାରେ
ତୁମେ ଆସିଛ ଆଉ ଦୁରେଇଯିବେ
ଯେତେସବୁ ବାଧା ବିପତ୍ତି
ତୁମ କରୁଣାରେ ..।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,ଳେନ୍ଦୁଝର---758083
ଘୋର ଗର୍ଜନ ଛାଇ ଯାଉଥିଲା
ଧରାବୁକେ ...
ସମୟର ପ୍ରତିଟି ପାଖୁଡା
ଅପେକ୍ଷା କରିଥିଲା ଆଦେଶକୁ
ଭୋଦୁଅ ର ରାତି
ପଣତ ମେଲାଇ ଚାହିଁ ରହିଥିଲା
ବନ୍ଦୀଶାଳାରେ ତୁମର
ଆବିର୍ଭାବକୁ ।
ଶୋଇଯାଇଥିଲା ଅହଂକାର ଅହମିକା
ଆଉ ଯେତେ ସବୁ ପାରିବାପଣିଆ
'ମୁଁ 'ର ପଲଙ୍କରେ
ଚିର ଜାଗ୍ରତ ସତ୍ୟ ଧର୍ମ ,ନ୍ୟାୟ ର
ମୁହୂର୍ତ୍ତ ଟା ବାରମ୍ବାର ଚାଂହୁଥିଲା
ତା ' କ୍ଷତାକ୍ତ ପାପୁଲିକୁ...
ତୋଳିନେବାକୁ ପାଦଧୂଳି ପ୍ରଭୁଙ୍କର
ଅନେକ ଡହଳ ବିକଳ
ଆସିଥିଲ ପ୍ରଭୁ ତେଜି ବୈକୁଣ୍ଠ ଭୁବନ
ଅମା ଅନ୍ଧକାର ଘର
ଝଟକିଲା ଦିବ୍ୟ ଜ୍ୟୋତି ରେ
ହେଲେ ଦୁଃଖ ହରୁ ଥିବା ସୁଖ
ଦେଉଥିବା ହେ ଦୀନବାନ୍ଧବ
ଦୀନପରି ରାତାରାତି ଚାଲିଗଲ
ଗୋପବୃନ୍ଦାବନ ... ତୁମେ ତ ଜଗତପତି
ଯେତେ ସବୁ ଝଡଝଞ୍ଜା ତୁମ
ଇଙ୍ଗିତରେ ସୃଷ୍ଟି ଆଉ ବିଲୟ ମଧ୍ୟ ତୁମ
ଆଖି ପଲକରେ
ଏବେ ତ ତୁମ ସୃଷ୍ଟିର ଚାରିଆଡ଼େ
ଗୋଟେ ନୁହେଁ ଅନେକ କଂସ ର ରାଜୁତି
ଆଉ ତୁମେ ନୀରବ
ଆସ ହେ ଶ୍ୟାମଘନ ବଂଶୀଧାରୀ
ତୁମ ଆଗମନେ ଏ ଧରା ଆଜି
ଶିହରିଉଠେ ଏକ ନବଉନ୍ମାଦନାରେ
ଅନ୍ତରେ ଉଦ୍ଭାସିତ ହୋଇଉଠେ
ଉଜ୍ଵଳ ଜ୍ୟୋତିର ପ୍ରକାଶ
ଗଗନ ପବନ ପ୍ରକମ୍ପିତ ଦିବ୍ୟ ଚେତନାରେ
ତୁମେ ଆସିଛ ଆଉ ଦୁରେଇଯିବେ
ଯେତେସବୁ ବାଧା ବିପତ୍ତି
ତୁମ କରୁଣାରେ ..।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,ଳେନ୍ଦୁଝର---758083

Such a beautiful writing 👌🏻👌🏻on this sacred day of janmastami your kavita is like a gift for all of us😊.happy janmastami🙏
ReplyDeletebahut hi sundar kavita ti.asha karuchu agaku ahuri emity sundar kavita padhibaku miliba.
ReplyDeletebahut hi sundar kavita ti.asha karuchu agaku ahuri emity sundar kavita padhibaku miliba.
ReplyDeleteMesmerizing poem it is. Very heart touching. If one of the many reasons why we love indian spirituality and cultural, this is it. Wish you make tremendous progress in coming days. ����
ReplyDelete#happyjanmashtami
There is no words to express my opinion regarding this poem. it is a marvelous art. such a wonderful poem I have read
ReplyDeleteSuch a wonderful and beautiful poem ♥️♥️
ReplyDelete