ଶ୍ରୀକୃଷ୍ଣ ଙ୍କ ବିଷୟରେ ଯେତେ ଆଲୋଚନା କଲେ ବି ତାହା ଅଧା କାରଣ ସେପରି ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ଵ ପୃଥିବୀ କୁ କେବଳ ନିଜର କର୍ମ ପରାକାଷ୍ଠା , ଜ୍ଞାନ ଦ୍ରଷ୍ଟା ଋଷି , ଯୋଗେଶ୍ୱର ହୋଇ ଜୀବନ ଦର୍ଶନ ର ଶିକ୍ଷା ହୋଇ ଚିରକାଳ ପର୍ଯ୍ୟନ୍ତ ସର୍ବଜନ ଦୃଷ୍ଟାନ୍ତ ରେ ଈଶ୍ୱର ହୋଇ ରୁହନ୍ତି । କୃଷ୍ଣ ଙ୍କ ଜୀବନ ର ଭୂମିକା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ଏକ ବ୍ରଜ ବା ବୃନ୍ଦାବନ ର କୃଷ୍ଣ ଅନ୍ୟଟି ରାଜା କୃଷ୍ଣ ବା ପାର୍ଥସାରଥୀ କୃଷ୍ଣ । ଉଭୟ ଚରିତ୍ର ପରିଧି କର୍ତ୍ତବ୍ୟ ଓ ଭୂମିକା ଭିନ୍ନ ଭିନ୍ନ। ଆମେ ବୃନ୍ଦାବନ କୃଷ୍ଣ ଙ୍କ ସହ ଯେତେ ସହଜ ଭାବରେ ପରିଚିତ ହୋଇଛେ,ରାଜା କୃଷ୍ଣ ବା ପାର୍ଥସାରଥୀ କୃଷ୍ଣ ଙ୍କ ସହ ସେତିକି ଘନିଷ୍ଠ ହେବାକୁ ଚେଷ୍ଟା କରି ନାହେଁ। କିନ୍ତୁ ଦୁଇଟି ଯାକ ଭୂମିକା ରେ କୃଷ୍ଣ ବିଶ୍ୱବାସୀଙ୍କୁ ଯେଉଁ ଦୃଷ୍ଟାନ୍ତ ମୂଳକ ଜୀବନ ଦର୍ଶନ ଦେଇଛନ୍ତି ତାହାର ଆଲୋଚନା ର ଅନ୍ତ କେବେ ବି ହେବନାହିଁ ।
ପ୍ରଶ୍ନ ଉଠେ କୃଷ୍ଣ କିଏ? ତାଙ୍କର ପ୍ରକୃତ ପରିଚୟ କଣ? କୃଷ୍ଣ ଶବ୍ଦ ର ଅନେକ ଅର୍ଥ ବାଖ୍ୟା ଆଜି ପର୍ଯ୍ୟନ୍ତ ଚାଲିଛି । "କୃଷ୍ "ଧାତୁ ରୁ କୃଷ୍ଣ ଶବ୍ଦ ର ଉତ୍ପତ୍ତି । କୃଷ ଧାତୁର ଗୋଟିଏ ଅର୍ଥ ହେଉଛି କର୍ଷଣ କରିବା, ଅନ୍ୟ ଅର୍ଥ ହେଉଛି ଆକର୍ଷଣ କରିବା । ଯେଉଁ ସତ୍ତା ବିଶ୍ୱର ସମସ୍ତ ସତ୍ତା କୁ ନିଜ ଆଡକୁ ଆକର୍ଷଣ କରୁଛନ୍ତି, ସେ ହିଁ କୃଷ୍ଣ । ତାହାଲେ କୃଷ୍ଣ ର ଅର୍ଥ ହେଉଛି ବିଶ୍ୱର ପ୍ରାଣ କେନ୍ଦ୍ର ।"କୃଷ୍ଣ"ଶବ୍ଦ ର ତୃତୀୟ ଅର୍ଥ ହେଲା "ଭୁ"ବାଚକ , ଅର୍ଥାତ୍ ଯେଉଁ ସତ୍ତା ଜୀବ ର ଅସ୍ଥିତ୍ଵ ବୋଧ ଭିତରେ ଲୁଚି ରହିଛି ସେ ହିଁ କୃଷ୍ଣ । କୃଷ୍ଣ ଅଛନ୍ତି ତେଣୁ ମୁଁ ଅଛି ଏବଂ କୃଷ୍ଣ ନଥିଲେ ମୋର ଅସ୍ଥିତ୍ଵ ସମ୍ଭବ ନୁହେଁ। ଅର୍ଥାତ୍ କୃଷ୍ଣଙ୍କର ଅସ୍ଥିତ୍ଵ ଉପରେ ହିଁ ମୋର ଅସ୍ଥିତ୍ଵ ନିର୍ଭର କରୁଛି । ପରମାତ୍ମା ପରମ୍ ପୁରୁଷ ତାଙ୍କର ଦିବ୍ୟ ଶକ୍ତିରୁ ଏହି ପରିଦୃଶ୍ୟ ମାନ ଜାଗଣ କୁ ସୃଷ୍ଟି କରନ୍ତି । ତେଣୁ ଆମେ କହୁ ବିଶ୍ୱର ପ୍ରତ୍ୟେକ ପ୍ରାଣୀଙ୍କର ଅସ୍ଥିତ୍ଵ ହେଉଛି ଦୈବ ଅସ୍ତିତ୍ବ । ତେଣୁ ପ୍ରତ୍ୟେକ ଜୀବିତ ସତ୍ତା ହିଁ ପରମ ଦୈବୀ ସତ୍ତା ର ଗୋଟିଏ ଗୋଟିଏ ଅବତାର ତେଣୁ କେହି ଘୁଣ୍ୟ ନୁହଁନ୍ତି ସମସ୍ତେ ଅମୃତସ୍ୟ ପୁତ୍ରାଃ। ପରମ ପୁରୁଷ ଯେତେବଳେ ସୃଷ୍ଟି କରନ୍ତି , ସେହି ଅବସ୍ଥା ରେ ସେ ହେଉଛନ୍ତି କାରଣ ବ୍ରହ୍ମ । କାରଣ ସେ ହିଁ ସୃଷ୍ଟିର ମୂଳ କାରଣ।ସେ ହିଁ କାରଣ ସତ୍ତା ଏବଂ ତାଙ୍କ ସୃଷ୍ଟ୍ ଏହି ବିଶ୍ଵ ହେଉଛି କାର୍ଯ୍ୟ ବ୍ରହ୍ମ ।
ପାର୍ଥ ସାରଥୀ ରୂପରେ କୃଷ୍ଣ ମଣିଷ ର ବୌଦ୍ଧିକ ସ୍ତର କୁ ଆଚ୍ଛନ୍ନ କରିଛନ୍ତି ।ସେମିତି ମାଧୂର୍ଯ୍ଯ ଶକ୍ତି ରେ ମନୁଷ୍ୟ ରେ ଦିବ୍ୟ ଭାବ ସ୍ତର କୁ ଆକର୍ଷିତ କରି ରଖିଛନ୍ତି । ଶ୍ରୀକୃଷ୍ଣ ଜନ୍ମ ଦିନ ରେ ଆସନ୍ତୁ ସଂକ୍ଳପ ନେବା ,ଶ୍ରୀକୃଷ୍ଣ ଙ୍କ ଦ୍ଵାରା ଶ୍ରୀମଦ ଭଗବତ୍ ଗୀତା ରେ ଦିଆଯାଇଥିବା ନିର୍ଦେଶ କୁ ଆମ ଜୀବନ ରେ ପ୍ରୟୋଗ କରି ଏକ ଦିବ୍ୟ ଜୀବନ ଲାଭ କରିବା ।
ଶ୍ରୀ କୃଷ୍ଣ ବନ୍ଦେ ଜଗତ ଗୁରୁମ୍
ଜ୍ୟୋତି ପ୍ରସାଦ

No comments:
Post a Comment