✍️ ସୁଧାଂଶୁ କୁମାର ତ୍ରିପାଠୀ
ଭଗ୍ନ ମୋହ'ର ବଂଶୀରେ ଆଜି କିଏସେ ତୋଳୁଛି ମଧୁର ତାନ
ମଗ୍ନ ହିଆ'ର ଦଗ୍ଧ ମରୁରେ ସ୍ପନ୍ଦିତ ହୁଏ କା ଆଗମନ
କାହା'ର ଶ୍ରୀପଦ ମଦିର ଗନ୍ଧ ସହଜ ବିରାଜ ନୂପୁର ସ୍ଵନ
ନୀଳନିର୍ବାଣ ଚିକୁର ଘନରେ ଘୋଡେ଼ଇ ଦେଉଛି ଆକାଶ ମମ,
ମତ୍ତ କାହା'ର ନିଶ୍ୱାସ ବାସ ମଣି ପର୍ବତ ରତନ ଝରୀ
ଏକାକୀ ଜୀବନେ ନୁଖୁରା ଦହନେ ଅମୀୟ ଝର୍ଣା ଉଠେ ଉଜଳି
ହୈମନ୍ତିକ ରୁଗ୍ଣ ପାଦପ ଋତୁରାଜ ପ୍ରେମେ ଛୁଇଁଲା ଭଳି
ମୃତ୍ୟୁହିମ ଏ ପ୍ରାଣ'ର କୁଞ୍ଜେ ଗୁଞ୍ଜରି ଗଲା କାହା କାକଳୀ,
ଜନମ ମରଣ ପ୍ରାଚୀରରେ ଘେରା କ୍ଷୁଦ୍ର ମୋ କାଳଖଣ୍ଡ ପୁରି
ଅସୀମ ମଧୁ'ର ନୀଳ ନିର୍ଝରେ ଭାସିବୁଲେ ଆଜି ହୀରକ ତରୀ
ନୀଳ ନବଘନ କିଏସେ ହରଷେ ହାତଠାରି ଡାକେ ନୀରବ ରବ
ନୀରବ ତାହାର ନୀଳ ଆବାହନେ ଜଗତମୋ ଆଜିହୁଏ ସ'ରବ,
ଗର୍ବିତ ମୋ'ର ଖର୍ବିତ ପ୍ରାଣ ମହ୍ଲାର ପ୍ରିୟା ମୟୂରୀ ସମ
ନୃତ୍ୟ ଚପଳ ରାସ'ର ପିଆଷେ ଦୃଷ୍ଟି ବିଛାଇ ତାହା ଆଗମ
ନିଦ୍ରା ବିହୀନ ଅପଲକ ଆଖି ଚାହିଁରହେ ସେହି ମୟୁର ଚୁଳ
ଦିଗଚକ୍ରରେ କେବେ ଦେଖାଯିବ ମରଣ-ମୋହନ ରୂପ ସୁଢ଼ଳ,
ସକଳ ଇଚ୍ଛା ଅକାଳ ମରଣେ ପୂର୍ଣ୍ଣକାମ ମୁଁ ହେବି ସହସା
ଘନ ତମିଶ୍ର ରାତ୍ରି ହଟିବ ଉଇଁବ ପ୍ରଦୋଷେ ହର୍ଷ ଉଷା
ତବ ଆଗମନ ପଥ ଚାହିଁ ଚାହିଁ ଉଛୁର ହେଲାଣି ବହୁତ ଏଥି
ଭିକ୍ଷାରେ ହେଲେ ଦର୍ଶନ ଦିଅ ଆଉ ସହି ପାରୁନାହିଁ ଗୋ ସାଥି,
ଯଦି ନ'ଆସିବ ଜୀବନ ସୁମନ "ନା"ବୋଲି ଥରେ ଦିଅହେ କହି
ବାହୁଡ଼ା ଗମନ ରଚିବି ଏଥିମୁଁ ତୁମ'ସେ ଶବ୍ଦ ଶ୍ରବଣେ ନେଇ
ପାରିବନି ଆଉ ଜୀବନ ରକ୍ଷି ମୃତ୍ୟୁ ନିହାତି ଛାଡ଼ିବ ପଥ
ସେ "ନା" ଉତ୍ସ ଖୋଜିବାକୁ ମୁହିଁ ବ୍ୟଗ୍ରେ ଚାଳିବି ଜୈତ୍ର ରଥ ..!!
କୃପାସିନ୍ଧୁପୁର, ଶେରଗଡ
ଗଂଜାମ

No comments:
Post a Comment