Wednesday, August 12, 2020

ସୁନା ଝୁଲଣାରେ (ସଜଲ)



ସୁନା ଝୁଲଣାରେ ଆଜି ସେ ଝୁଲୁଛି ।
କେତେ ଲୀଳା ଖେଳା ଆଜି କରୁଅଛି।

କିଏ ଜନ୍ମ ଦେଲା କିଏତ ପାଳିଲା ।
ସବୁ ଜାଣି ସିଏ କରୁଛି ଏ ଲୀଳା ।
କେତେ କଷ୍ଟେ ସିଏ ଏଠାକୁ ଆସିଛି ।
ସୁନା ଝୁଲଣାରେ ଆଜି ସେ ଝୁଲୁଛି ।

ଜନ୍ମ ଦେଇ ମାଆ ବନ୍ଦୀଶାଳେ ଅଛି ।
 ଦୁଷ୍ଟ ମାମୁଁ ତାଙ୍କୁ କେତେ କଷ୍ଟ ଦେଉଛି ।

ମାମୁଁ କଂସାସୁର ଦମନ ପାଇଁ ।
ଅବତାର ନେଲ ହେ କଳା କହ୍ନେଇ।
ଜନ୍ମ ନେବା ଠାରୁ ଦୁଷ୍ଟକୁ ନାସୁଛି ।
କେତେ ଲୀଳା ଖେଳା ଆଜି କରୁଅଛି।

ଅଧର୍ମ ବିନାଶ କରିବା ପାଇଁ।
ଅବତାରୀ ଥାଅ ହେ କଳା ଗୋସାଇଁ ।

ଶ୍ରୀ ସୁଦାମ ଦଳବରା
ତୁରୁମୁ,ଭଞ୍ଜନଗର, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy